Thursday, November 12, 2026
Home ଆଞ୍ଚଳିକ ଆସାମରେ ବଡ ଧରଣର ଭୂକମ୍ପ; ଭାଙ୍ଗିଲା ଘର ଦ୍ୱାର , ଲୋକେ ଆତଙ୍କିତ

ଆସାମରେ ବଡ ଧରଣର ଭୂକମ୍ପ; ଭାଙ୍ଗିଲା ଘର ଦ୍ୱାର , ଲୋକେ ଆତଙ୍କିତ

17

୨୮/୦୪/୨୧ (ଜିଲ୍ଲା ଖବର)  : ଆସାମର ଗୌହାଟି ସମେତ ଉତ୍ତର-ପୂର୍ବରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ 7.55ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.4 ବୋଲି ଜଣାପଡିଛି । ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ପାଲଟିଛି ଆସାମର ସୋନିତପୁର । ଯାହା ଫଳରେ ଅନେକ ଅଟ୍ଟାଳିକାରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଅନେକ ସମୟ ଧରି ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୟରେ ଲୋକେ ନିଜ ଘରୁ ବାହାରକୁ ପଳାଇଆସିଥିଲେ । ଆସାମ ସମେତ ଉତ୍ତର ବେଙ୍ଗଲରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଗୌହାଟୀରେ ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି ।  ସୂଚନୀ ଅନୁସାରେ, ଲଗାତାର ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିବା କୁହାଯାଉଛି । ପ୍ରଥମ ଝଟକା ସକାଳ 7.55 ରେ ଅନୁଭୂତ ହୋଇଥିଲା  । ଏହା ପରେ ଆଉ ଦୁଇଟି କମ୍ପନ ଅନୁଭୂତ ହେଲା  । ଫଳରେ ଆସାମର ଅନେକ ଘରେ ଫାଟ ସୃଷ୍ଟି ହୋଇଛି । ଭୂକମ୍ପରେ କମ୍ପନ ପରେ ଆସାମରୁ କ୍ଷୟକ୍ଷତିର ଫଟୋ ସମ୍ନାକୁ ଆସିଛି।