Home ଆଞ୍ଚଳିକ ନକଲି ଘିଅ ଓ ତେଲ କାରଖାନାରେ ପୋଲିସର ଚଢାଉ

ନକଲି ଘିଅ ଓ ତେଲ କାରଖାନାରେ ପୋଲିସର ଚଢାଉ

41

ଗଞ୍ଜାମ, ୨୮/୦୪/୨୧ (ଜିଲ୍ଲା ଖବର) : ଗଞ୍ଜାମ ଭଞ୍ଜନଗରରେ ବିଭିନ୍ନ ବ୍ରାଣ୍ଡର ନକଲି ଘିଅ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ଏକ ନକଲି ଘିଅ ଓ ତେଲ କାରଖାନରେ ଭଞ୍ଜନଗର ପୁଲିସ୍ ପକ୍ଷରୁ ଚଢାଉ କରାଯାଇଛି। କଲେଜ ରୋଡ଼ ସ୍ଥିତ ବାଇପାସ ଛକ ନିକଟରେ ଥିବା ଏକ ଗୋଦାମ ଘରେ ପୁଲିସ୍ ଚଢାଉ କରିଥିଲା । ସେଠାରୁ ଲକ୍ଷାଧିକ ଟଙ୍କାର ନକଲି ଘିଅ, ନଡ଼ିଆ ତେଲ, ରାଶି ତେଲ ଆଦିକୁ ଜବତ କରିଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଏହି ଗୋଦାମରେ ଚଢଉ କରିଥିଲା । ସେଠାରେ କିଛି ମହିଳା ଅପମିଶ୍ରିତ ଘିଅ ଓ ତେଲକୁ ପ୍ୟକେଟିଂ କରୁଥିବା ବେଳେ ସେଠାରେ ଘିଅ ପ୍ରସ୍ତୁତର କଞ୍ଚା ମାଲ୍, ଖାଲି ପ୍ୟାକେଟ୍, ତେଲ ଡ଼ବା, ନକଲି ତେଲ ଖୋଳ, ଓଜନ ମେସିନ୍, ମରିଚ ଗୁଣ୍ଡ ପ୍ୟାକେଟ୍, ମସଲା ଗୁଣ୍ଡ ପ୍ୟାକେଟ୍, ବ୍ୟରେଲ୍, ଚୁଲା, ଗ୍ୟାସ୍  ଆଦି ରହିଥିବା ପୁଲିସ ଦେଖିବାକୁ ପାଇ ଏଗୁଡ଼ିକୁ ଜବତ କରିଛି ।