
୨୮/୦୪/୨୧ (ଜିଲ୍ଲା ଖବର) : କୋରୋନା ସଂକଟ ଭିତରେ ମହାରାଷ୍ଟ୍ରର ହସପିଟାଲ ଗୁଡ଼ିକରେ ନିଆଁ ଲାଗିବା ଘଟଣା ବଢିବାରେ ଲାଗିଛି । ଆଜି ସକାଳୁ ଥାନେର ପ୍ରାଇମ କ୍ରିଟିକେୟାର ହସପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ 4 ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ଭୋର 3.40 ସମୟରେ ହସପିଟାଲରେ ନିଆଁ ଲାଗିଯାଇଥିଲା । ଏହାପରେ ରୋଗୀମାନଙ୍କୁ ତୁରନ୍ତ ଅନ୍ୟ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସ୍ଥାନାନ୍ତର ବେଳେ 4 ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ଦମକଳ ପହଞ୍ଚି ନିଆଁ ଲିଭା କାମରେ ଲଗିଛି । ତେବ କେଉଁ କାରଣରୁ ଥାନେ ପ୍ରାଇମ୍ କ୍ରିଟିକେୟାର ହସପିଟାଲରେ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଏହାପୂର୍ବରୁ ମୁମ୍ବାଇ ନିକଟବର୍ତ୍ତି ବିରାର ସ୍ଥିତ ବିଜୟ ବଲ୍ଲଭ କୋଭିଡ ହସପିଟାଲରେ ନିଆଁ ଲାଗି 14 ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା ।


