
ନୂଆଦିଲ୍ଲୀ, ୨୮/୦୪/୨୧ (ଜିଲ୍ଲା ଖବର) : କରୋନା ମହାମାରୀର କଠିନ ପରିସ୍ଥିତିରେ ଅସହାୟଙ୍କ ଆଶାବାଡି ସାଜିଥିବା ସୋନୁ ସୁଦ୍ ସେବେଠାରୁ ଆଜି ପର୍ଯ୍ୟନ୍ତ , ତାଙ୍କ ଠାରୁ ସାହାଯ୍ୟ ଲୋଡୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରି ଆସୁଛନ୍ତି । ସେ ଲୋକମାନଙ୍କ ପାଖରେ ଅକ୍ସିଜେନ୍ ପହଞ୍ଚାଇବା ଠାରୁ ଆରମ୍ଭ କରି ରୋଗୀଙ୍କ ଟ୍ରିଟମେଣ୍ଟ ପର୍ଯ୍ୟନ୍ତ , ବିମାନ ଉଡାଣ ମାଧ୍ୟମରେ ହାଇଦ୍ରାବାଦ୍ ଯାଏଁ ପହଞ୍ଚାଇବା କାର୍ଯ୍ୟ କରୁଛନ୍ତି । ଏବେ ପୁଣି ଥରେ ସୋନୁ ସୁଦ୍ ଆଉ ଏକ ପଦକ୍ଷେପ ନେଇଛନ୍ତି । ଯେଉଁଥିରେ ଏବେ ଆପଣ ଘରେ ବସି ଆପଣଙ୍କ କରୋନା ଟେଷ୍ଟ କରାଇପାରିବେ । ସୋନୁ ସୁଦ୍ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ, ‘ଆପଣ ଆରାମ୍ କରନ୍ତୁ ,ମତେ ଟେଷ୍ଟ କରିବାକୁ ଦିଅନ୍ତୁ । HealWell24 ଏବଂ Krsnaa Diagnostics Pvt. Ltd ସହିତ । ଏହା ସହିତ ସୋନୁ ସୁଦ୍ ଏକ ଟେମ୍ପଲେଟ ମଧ୍ୟ ସେୟାର କରିଛନ୍ତି । ଏଥିରେ ପୁରା ସୂଚନା ଦେଇଛନ୍ତି ଏବଂ ଲେଖିଛନ୍ତି ଯେ, ସାହାଯ୍ୟ ଆପଣଙ୍କ ଘର ପର୍ଯ୍ୟନ୍ତ ଆସିବ । ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ । ଏଥିପାଇଁ ଏକ ଟ୍ରୋଲ ଫ୍ରି ନମ୍ବର ଦିଆ ଯାଇଛି । ଏହା ବ୍ୟତୀତ ଆପଣ କରୋନା ଟେଷ୍ଟ ମଧ୍ୟ କରାଇ ପାରିବେ । ଏହା ପୂର୍ବରୁ ସେ ଏକ ଟେଲିଗ୍ରାମ୍ ଆପରେ ଏକ ଗ୍ରୁପ୍ ତିଆରି କରିଥିଲେ । ଯାହା ମାଧ୍ୟମରେ ସେ ଦେଶରେ ଅଭାବୀ ଲୋକଙ୍କ ସାହାଯ୍ୟ କରିପାରିବେ । ଏବେ ପୁରା ଦେଶ ଏକାଠି ଆସିବେ । ଦେଶକୁ ବଞ୍ଚାଇବ। ।


