Thursday, November 12, 2026
Home ଆଞ୍ଚଳିକ ବିକ୍ରେତା ସଙ୍ଘର ନିଷ୍ପତ୍ତି; ଦିନ 2 ଟାରୁ ସକାଳ 5 ଦୋକାନ ବନ୍ଦ

ବିକ୍ରେତା ସଙ୍ଘର ନିଷ୍ପତ୍ତି; ଦିନ 2 ଟାରୁ ସକାଳ 5 ଦୋକାନ ବନ୍ଦ

12

ଗଞ୍ଜାମ,୨୮/୦୪/୨୧ (ଜିଲ୍ଲା ଖବର) :  ଗଞ୍ଜାମ ଜିଲ୍ଲାର ବ୍ୟବସାୟୀ ଓ ବୁଲା ବିକାଳୀ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣକୁ ଦେଖି ଆଗାମୀ ୧୦ ଦିନ ପାଇଁ ଦୋକାନ ବଜାର ଖୋଲିବା ସମୟକୁ କମାଇବା ପାଇଁ ନିଷ୍ପତ୍ତି ନେଇଛି ସଂଘ । ଆଗାମୀ ୧୦ ଦିନ ଯାଏଁ ଜିଲ୍ଲାର ସହରାଂଚଳରେ ଅପରାହ୍ମ ୨ଟାରୁ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

 https://platform.twitter.com/embed/Tweet.html?dnt=false&embedId=twitter-widget-0&features=eyJ0ZndfZXhwZXJpbWVudHNfY29va2llX2V4cGlyYXRpb24iOnsiYnVja2V0IjoxMjA5NjAwLCJ2ZXJzaW9uIjpudWxsfSwidGZ3X2hvcml6b25fdHdlZXRfZW1iZWRfOTU1NSI6eyJidWNrZXQiOiJodGUiLCJ2ZXJzaW9uIjpudWxsfX0%3D&frame=false&hideCard=false&hideThread=false&id=1387227652218494976&lang=en&origin=https%3A%2F%2Fargusnews.in%2Farticle%2Fodisha%2Fdecision-of-the-seller-association-the-shops-are-closed-from-2-a-m-to-5-p-m-&sessionId=d1b75fbd3d6f578508194f9e34ff34e23dffb0a7&theme=light&widgetsVersion=b5cd9ac%3A1619504549508&width=550px

ଅନ୍ୟପଟେ ଟ୍ୱିଟ କରି ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ । କୁହାଯାଉଛି ଗତ କିଛିଦିନ ଭିତରେ ଗଞ୍ଜାମ ଜିଲ୍ଲାକୁ ରାଜ୍ୟ ବାହାରୁ ଶହଶହ ପ୍ରବାସୀ ଫେରିଛନ୍ତି । ଏପଟେ ରାଜ୍ୟରେ ଓ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବାରୁ ଆଗୁଆ ସତର୍କ ହୋଇଛନ୍ତି ଜିଲ୍ଲାର ସଚେତନ ବ୍ୟବସାୟୀ ସଂଘ । କାରଣ ଗତବର୍ଷ ଗଞ୍ଜାମ ଜିଲ୍ଲାରେ କରୋନାର ସଂକ୍ରମଣ ବ୍ୟାପକ ହୋଇଥିଲା ।

ସେହି ଅନୁଭୂତି ମନରୁ ନଜାଉଣୁ ଜିଲ୍ଲାରେ ପୁଣି ସଂକ୍ରମଣର ଭୟ ଘାରିଛି । ଆଉ ପ୍ରତିକୂଳ ପରିସ୍ଥିତିକୁ ଏଡାଇବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ।