
ଜଟଣୀ,୨୮/୪(ଜିଲ୍ଲା ଖଵର) : ସମାଜସେବା ଏକ ନିଆରା ପରମ୍ପରା ହୋଇଯାଇଛି କେତେକ ସମାଜ ସୁଧାରକମାନଙ୍କଲାଗି । ସମାଜସେବା । ଏହିପରି ଜଟଣୀ ଅଂଚଳର ଜଣେ ସମାଜସେବୀଙ୍କ ମହାନତାକୁ ନେଇ ସାଧାରଣରେ ପ୍ରଶଂସାର ସୂଅ ଛୁଟିଛି । ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଅସହାୟ ମହିଳାମାନଙ୍କୁ ଚିହ୍ନଟକରି ସେମାନଙ୍କୁ ସ୍ୱାବଲମ୍ବି କରିବାର ପ୍ରୟାସ ନିଶ୍ଚିନ୍ତ ପ୍ରଶଂସନୀୟ ହୋଇଥାଏି । ଯାହାକୁ ବାସ୍ତବରେ ପରିଣତ କରିଛନ୍ତି ଜଣେ ଯୁବ ସମାଜସେବୀ । ଏହିପରି ମହାନ କାର୍ଯ୍ୟକରି ଜଟଣୀ ଅଂଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଛନ୍ତି ଜଟଣୀବ୍ଲକ ଅନ୍ତର୍ଗତ ବେଣାପଜଂରୀ ପଚାଂୟତର ରାଣୀପୁର ଅଂଚଳର ଗୈାତମ ମହାରଣା । ଗୈାତମ ବିଶ୍ୱକର୍ମା ମହାସଂଘର ରାଜ୍ୟସମ୍ପାଦକଭାବେ ଦାୟିତ୍ୱ ବହନ କରିବାପରେ ରାଜ୍ୟରେ ମହାରଣା ସମ୍ପ୍ରଦାୟଙ୍କ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । କାରୀଗରମାନଙ୍କୁ ସରଜଂମ ଯୋଗାଇଦେବା ସହିତ ସେମାନଙ୍କ ସୁଖଦୁଖରେ ସାମିଲ ହେଉଥିଲେ । ସେହିପରି ନିକଟରେ “ବାପ ମାଙ୍କ ଶେବାଶ୍ରମ’ ନାମରେ ଏକ ବୁଦ୍ଧାଶ୍ରମ ଖୋଲି ଅସହାୟ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ସେବା ଯୋଗାଇ ଏହାର ପ୍ରତିଷ୍ଠାତାଭାବେ ଗୈାରବ ଅର୍ଜନ କରିଛନ୍ତି । ତେବେ ଏସବୁ ସତ୍ୱେ ଗ୍ରାମାଚଂଳ ଓ ସହରାଚଂଳରେ ସହାୟତା ପାଇବାରୁ ବଚିଂତ ହୋଇ ରହିଥିବା ମହିଳାମାନଙ୍କୁ ଖୋଜି ସେମାନଙ୍କୁ ସିଲେଇମେସିନ ଯୋଗାଇ ଦେଇଛନ୍ତି । ନିକଟରେ ଖୋର୍ଦ୍ଧାଜିଲାର ବିଭିନ୍ନ ଅଂଚଳରେ ୩୬ଟି ସିଲେଇ ମେସିନ ପ୍ରଦାନ କରିଛନ୍ତି । ଖୋର୍ଦ୍ଧାଜିଲାର ଖୋର୍ଦ୍ଧା ବଙ୍ଗିଦା,ସିକୋ,ମୋଟା,ହଜ,ହଳଦିଆ,ମୁକ୍ତାପୁର,ଡିଙ୍ଗର,ଜଟଣୀ,ରାଣୀପୁର,ପୁବୁସାହୀ ଓ ମଧୁବନ ଇତ୍ୟାଦି ଅଂଚଳରେ ରହିଥିବା ଅସହାୟ ମହିଳାମାନଙ୍କୁ ସିଲେଇ ମେସିନ ପ୍ରଦାନ କରିଛନ୍ତି । ପିଲାଟି ଦିନରୁ ସମାଜସେବା କରିବାର ଇଛାଶକ୍ତିକୁ ଦିର୍ଘ ୨୫ବର୍ଷ ପରେ ପୁରଣ କରିଥିବା କହିଛନ୍ତି ସମାଜସେବୀ ଗୈାତମ । ଏହିପରି ଅହରହ ସେବା ଦୁଖିଦରିଦ୍ରଙ୍କ ପାଇଁ କରିବେ ବୋଲି ସଂକଳ୍ପବଦ୍ଧ ବୋଲି କହିଛନ୍ତି ଗୈାତମ ।
ରୀପୋର୍ଟ ,ସଞ୍ଜୀବ କୁମାର


