
ସୁନ୍ଦରଗଡ଼,୨୭/୪(ଜିଲ୍ଲା ଖଵର) : ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ୍ କମିଟି ସଭାପତି ବେଣୁମାଧବ ତ୍ରିପାଠୀ ଙ୍କ ସଭାପତିତ୍ବରେ ସ୍ଥାନୀୟ କଚେରୀ ରୋଡ଼ ସ୍ଥିତ କାର୍ଯ୍ୟାଳୟରେ ଏକ ଶୋକସଭା ଜିଲ୍ଲା କଂଗ୍ରେସ କମିଟି ତରଫରୁ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ କୋଷାଧ୍ୟକ୍ଷ ତଥା ରାଜଗାଙ୍ଗପୁର ର ପୂର୍ବତନ ନଗରପାଳ ଏବଂ କଂଗ୍ରେସ୍ ଦଳର ଜଣେ ଆଗ ଧାଡ଼ିର ନେତା ମୋଇଉଦ୍ଦିନ ଅହମ୍ମଦଙ୍କ ତାଙ୍କ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଜଣେ ସଚ୍ଚୋଟ,ନିଷ୍ଠାପର କଂଗ୍ରେସ୍ କର୍ମୀ ଭାବରେ ସେ ଅଞ୍ଚଳରେ ସୁନାମ ଅର୍ଜନ କରିଥିଲେ। ସେହିଭଳି ଜିଲ୍ଲା କଂଗ୍ରେସ୍ କମିଟିର ପୂର୍ବତନ ସମ୍ପାଦକ ତଥା କଂଗ୍ରେସ୍ ଦଳର ସକ୍ରିୟ ସଦସ୍ୟ ଚିତ୍ତରଞ୍ଜନ ଚୌଧୁରୀଙ୍କ ମଧ୍ୟ ସରକାରୀ କଲେଜ ରୋଡ଼ ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇ ଯାଇଛି। ପ୍ରକାଶ ଯୋଗ୍ୟ ଯେ ସ୍ବର୍ଗତ ଚୌଧୁରୀ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ସେହିଭଳି ସୁନ୍ଦରଗଡ଼ ଟାଉନ କଂଗ୍ରେସ୍ କମିଟି ର ଜଣେ ସକ୍ରିୟ ସଦସ୍ୟ ସଦ୍ଦାମ ହୁସେନ ମଧ୍ୟ ଇହଧାମ ତ୍ୟାଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆହୂତ ଶୋକସଭାରେ ଉପସ୍ଥିତ ସମସ୍ତ ନେତୃବର୍ଗ ଓ କର୍ମୀ ସ୍ବର୍ଗତ ଆତ୍ମା ମାନଙ୍କ ସଦ୍ଗତି ପାଇଁ ପ୍ରାର୍ଥନା କରିଥିଲେ ତଥା ଏହି ଦୁଃଖଦ ସମୟରେ ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ। ଏହି ଅବସରରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ରାଜକିଶୋର ଷଡ଼ଙ୍ଗୀ, କାଳୀପଦ ସାମଲ,ଅଜିତ ପ୍ରସାଦ,ପର୍ଶୁରାମ ସରାଫ,ସେବାଦଳର ରାଜ୍ୟ ସମ୍ପାଦକ ମୂନୁ ସରାଫ,ଟାଉନ କଂଗ୍ରେସ ସଭାପତି ନେପାଳ ଚନ୍ଦ୍ର ସାହୁ, ସତ୍ୟନାରୟଣ ସାହୁ,ଲିଗାଲ ସେଲ ଅଧ୍ୟକ୍ଷ ସତ୍ୟଜିତ ପଣ୍ଡା,ଆଡଭୋକେଟ ମନୋଜ ମହାରଣା,ଏମଡି ଫଇଜଲ୍,ମନୋରଞ୍ଜନ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ।
ବିଶ୍ବରଂଜନ ହୋତା, ସୁନ୍ଦରଗଡ଼



