
ନିଜସ୍ୱ ଅମ୍ଳଜାନ ପ୍ଲାଣ୍ଟ ଦ୍ୱାରା ଅବ୍ୟାହତ ଭାବେ ରୋଗୀଙ୍କୁ ଅମ୍ଳଜାନ ଯୋଗେଇବାରେ ସକ୍ଷମ I
ଦୈନିକ ହାରାହାରି 70ହଜାର ଲିଟର ଆବଶ୍ୟକ ପଡୁଛି I
ମହାମାରୀର ଦ୍ଵିତୀୟ ଲହରୀରେ ଅମ୍ଳଜାନର ଚାହିଦା 20% ଅଧିକ ବଢ଼ୀଥିବା ଜଣାପଡିଛି I
ବିଷମକଟକ ,୨୭/୪(ଜିଲ୍ଲା ଖଵର) : କରୋନା ମହାମାରୀର ଦ୍ଵିତୀୟ ଲହର ରେ ଓଡିଶା ସମେତ ସମଗ୍ର ଭାରତରେ ସଂକ୍ରମଣ ବଢୁଥିବା ସହ ଦିନକୁ ଦିନ ମୃତ୍ୟୁ ର ହାର ତୀବ୍ର ଗତିରେ ବଢ଼ିବାରେ ଲାଗିଛି I ନିକଟରେ ଦେଶର ଅନେକ ରାଜ୍ୟର ଛୋଟ ବଡ଼ ଚିକିତ୍ସାଳୟ ଗୁଡିକରେ ଅମ୍ଳଜାନ ଅଭାବ ଯୋଗୁଁ ରୋଗୀ ଚିକିତ୍ସାରେ ଅବହେଳା ଦେଖା ଦେବା ସହ ଅମ୍ଳଜାନ ଅଭାବ ଜନିତ ମୃତ୍ୟୁର ଖବର ମଧ୍ୟ ସାମ୍ନାକୁ ଆସିଛି I ଅନେକ ରୋଗୀ ଶ୍ୱାସକ୍ରିୟା ଜନିତ ସମସ୍ୟା ସହ ମୁକାବିଲା କରୁଥିବା ବେଳେ କେବଳ ବୟସ୍କ ନୁହଁ ବରଂ ଅଳ୍ପ ବୟସ୍କ ମଧ୍ୟ ଶ୍ୱାସ ଜନିତ ସମସ୍ୟା ଭୋଗୁଥିବା ସୂଚନା ରହିଛି I ତେବେ ଏଭଳି ସଙ୍କଟର ସମୟରେ , ରାୟଗଡା ଜିଲ୍ଲା ସମେତ , କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ , କନ୍ଧମାଳ, ଗଜପତି ଏଭଳି ଅନେକ ଜିଲ୍ଲାବାସୀଙ୍କ ପାଇଁ ସଂଜୀବନୀ ପାଲଟିଛି ବିଷମକଟକ ସଦର ମହକୁମା ସ୍ଥିତ ଖ୍ରୀଷ୍ଟିଆନ ହସ୍ପିଟାଲ ବିଷମକଟକ I 1954 ମସିହାରେ ସ୍ଥାପିତ ଏହି ଚିକିତ୍ସାଳୟ ଦୀର୍ଘ 68 ବର୍ଷ ହେବ ଲୋକଙ୍କୁ ଅବିରତ ଭାବେ ଉତ୍ତମ ମାନର ଚିକିତ୍ସା ଯୋଗେଇଦେବାରେ ପ୍ରମୁଖ ଭୂମିକା ରହିଛି I 200 ଶଯ୍ୟା ବିଶିଷ୍ଟ ଏହି ବେସରକାରୀ ତଥା ଅଣ ଲାଭକାରି ସଂସ୍ଥା ବର୍ତମାନର କରୋନା କାଳର ଅମ୍ଳଜାନ ଜନିତ ଅଭାବ ସମୟରେ ନିଜର ଦୂର ଦୃଷ୍ଟି ଏବଂ ନିଜସ୍ୱ ଅମ୍ଳଜାନ ପ୍ରସ୍ତୁତି କେନ୍ଦ୍ର ପାଇଁ ବର୍ତମାନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି I ପ୍ରକାଶ ଥାଉକି 2020 ବର୍ଷର ଭୟଭହ କରୋନା ମହାମାରୀ ସମୟରେ ଅଧିକାଂଶ ରୋଗୀଙ୍କ ମଧ୍ୟରେ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖାଦେଇଥିଲା ଯାହା ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ଅଭାବରୁ ଅନେକ ବ୍ୟକ୍ତି ବିଶେଷ ଭାବରେ ବୟସ୍କ ମାନେ ମୃତ୍ୟୁବରଣ କରିଥିଲେ I ଉକ୍ତ ସମୟରେ ହସ୍ପିଟାଲ ତରଫରୁ ଚିକିତ୍ସାଧୀନ ରୋଗୀଙ୍କ ନିମନ୍ତେ ରାୟଗଡା ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶର ୱାଇଜାଗ ସହରରୁ ସିଲିଣ୍ଡର ଯୋଗେ ଅମ୍ଳଜାନ ଯୋଗେବାର ବ୍ୟବସ୍ଥା କରାଯାଉଥିଲା କିନ୍ତୁ ଦେଶବ୍ୟାପି ଲକ ଡାଉନ ଏବଂ ସଟ ଡାଉନ ଓ ତୀବ୍ର ଭାବେ ବଢୁଥିବା କରୋନା ସଂକ୍ରମଣ ହସ୍ପିଟାଲ ପ୍ରଶାସନ ପାଇଁ ଏକ ବଡ଼ ସମସ୍ୟା ପାଲଟିଥିଲା I ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଗତ ବର୍ଷ ଜୁନ ମାସ ରେ ହସ୍ପିଟାଲ କର୍ତ୍ତୃପକ୍ଷ ଏଠାରେ ନିଜର ଏକ ଅମ୍ଳଜାନ ପ୍ଲାଣ୍ଟ ନିର୍ମାଣ କରିଥିଲେ I ବର୍ତମାନ ଏହି ଚିକିତ୍ସାଳୟର ନିଜସ୍ୱ ଅମ୍ଳଜାନ ପ୍ରସ୍ତୁତି କେନ୍ଦ୍ର ରହିଛି ଯେଉଁଠାରୁ ମିନିଟ ପିଛା ଏକ ସହ ଲିଟର ଏବଂ ଏହି ହାର ରେ ଦୈନିକ ଏକ ଲକ୍ଷ୍ୟ ପଚାଶ ହଜାର ଲିଟର ଅମ୍ଳଜାନ ପ୍ରସ୍ତୁତ କରାଯାଇପାରୁଛି ଯାହାକୁ ଏହା ପାଇପ ଯୋଗେ ବିଭିନ୍ନ ୱାର୍ଡ ରେ ଚିକିତ୍ସିତ ଅବସ୍ଥାରେ ଥିବା ରୋଗୀଙ୍କୁ ଅବ୍ୟାହତ ଭାବେ ଆବଶ୍ୟକତା ହିସାବରେ ଯୋଗେଇଦିଆଯାଉଛି ବୋଲି ଏହାର ଅଧ୍ୟକ୍ଷା ଡକ୍ଟର ହେମା ପ୍ରଭା ମହାନ୍ତି ପ୍ରକାଶ କରିଛନ୍ତି I ରୋଗୀ ମାନଙ୍କ ପିଛା ଦୈନିକ ହରାହାରୀ ସତୁରି ହଜାର ଲିଟର ଅମ୍ଳଜାନର ଆବଶ୍ୟକତା ପଡୁଥିବା ବେଳେ ବର୍ତ୍ତମାନ ଭଳି ସ୍ଥିତିରେ ଅମ୍ଳଜାନର ଆବଶ୍ୟକତା 20% ଅଧିକ ବୃଦ୍ଧି ପାଇଛି ବୋଲି ଏହି ଅମ୍ଳଜାନ ପ୍ରସ୍ତୁତି କେନ୍ଦ୍ରର ପରିଚାଳକ କିରନ କୁମାର ନାୟକ ପ୍ରକାଶ
କରିଛନ୍ତି I ଦେଶର ଅନେକ ରାଜ୍ୟ ଏବଂ ବଡ଼ ବଡ଼ ହସ୍ପିଟାଲ ରେ ମଧ୍ୟ ନିଜସ୍ୱ ଅମ୍ଳଜାନ ପ୍ରସ୍ତୁତି କେନ୍ଦ୍ର ନଥିବା ବେଳେ ଜିଲ୍ଲାର ଏହି ଅଣ ଲାଭକାରି ସଂସ୍ଥାନ ନିଜର ଅମ୍ଳଜାନ ପ୍ଲାଣ୍ଟ ଦ୍ୱାରା ଏହି ମହାମାରୀ ସମୟରେ ଅଞ୍ଚଳର ଲୋକ ମାନଙ୍କ ପାଇଁ ଏକ ଆଶାର ଆଲୋକ ଭାବେ ଉଭା ହୋଇଛି I ଯାହା ପାଇଁ ବର୍ତମାନ ସଦର ମହକୁମାର ଏହି ଚିକିତ୍ସାଳୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି I ତେବେ ନିଜର ଅମ୍ଳଜାନ ପ୍ରସ୍ତୁତି କେନ୍ଦ୍ର ଥିବା ସତ୍ୱେ ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ଲାଗି ରାୟଗଡା ଏବଂ ଆନ୍ଧ୍ରପ୍ରଦେଶରୁ ବର୍ତ୍ତମାନ ମଧ୍ୟ ସିଲିଣ୍ଡର ଯୋଗେ ଅମ୍ଳଜାନ ଅଣାଯାଉଛି ଯାହା ରୋଗୀ ମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟତ୍ର ପଠାଇବା ବେଳେ ବେଶ ସହାୟକ ହେଉଥିବା ଏବଂ କଠିନ ପରିସ୍ଥିତିରେ ପାଇପ ଯୋଗେ ଅମ୍ଳଜାନ ପାଇଁ ସୁବିଧା ନଥିବା ସ୍ଥଳେ ସିଲିଣ୍ଡର ଯୋଗେ ମଧ୍ୟ ରୋଗୀଙ୍କୁ ଅବିରତ ଭାବେ ଅମ୍ଳଜାନ ଯୋଗେଇଦିଆଯାଉଥିବା ଖ୍ରୀଷ୍ଟିଆନ ହସ୍ପିଟାଲର ସହ ଅଧକ୍ଷ ଡକ୍ଟର ଯୋହନ ଚେରିଆନ ଓମେନ ଏବଂ ଡକ୍ଟର ସୁନୀଲ ଜୀବନମଲ ପ୍ରକାଶ କରିଛନ୍ତି I ବର୍ତମାନର ପରିସ୍ଥିତି ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ଉପଲବ୍ଧ ରହିଅଛି ତେବେ ଯେଉଁ ଭଳି ଭାବେ କରୋନାର ଦ୍ଵିତୀୟ ଲହର ବଢିଚାଲିଛି ସେହିଭଳି ପରିସ୍ଥିତି ଯଦି ଜାରି ରହେ ତେବେ ଦେଶର ଅନ୍ୟ ରାଜ୍ୟ ଭଳି ଏଠାରେ ମଧ୍ୟ ଅମ୍ଳଜାନ ଅଭାବ ଜନିତ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଡକ୍ଟର ଯୋହନ ଚେରିଆନ ଓମେନ ଚିନ୍ତା ପ୍ରକଟ କରିଛନ୍ତି I ତେବେ ସରକାରଙ୍କ କୋଭିଡ ନିୟମକୁ କଡାକଡ଼ି ମାନିବା ପାଇଁ ଏବଂ ବିଶେଷ ଭାବରେ ମାସ୍କ ବ୍ୟବହାର କରିବା ପାଇଁ ସେ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି I ଖ୍ରୀଷ୍ଟିଆନ ହସ୍ପିଟାଲ ପ୍ରବନ୍ଧକଙ୍କ ଦୂର ଦୃଷ୍ଟି ପାଇଁ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ଅନୁସୂଚିତ ଜାତି ଜନଜାତି ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, କୋରାପୁଟ ସାଂସଦ ସପ୍ତଗିରି ଉଲାକା,ରାଜ୍ୟ ଖଦି ବୋର୍ଡ ସଦସ୍ୟ ପୃଥିବୀରାଜ ସାହୁ, ବୁଦ୍ଧିଜୀବୀ ସମେତ ସମଗ୍ର ଅଞ୍ଚଳବାସି ପ୍ରଶଂସା କରିଛନ୍ତି I ପ୍ରକାଶ ଥାଉକି ଗତବର୍ଷ ବିଷମକଟକ ସଦର ମହକୁମାରେ ଲକ ଡାଉନ ଏବଂ ସଟ ଡାଉନର ବହୁ ପୂର୍ବରୁ ଏଠାକାର ପ୍ରାୟ 30ହଜାର ସାଧାରଣ ଜନତାଙ୍କ ପାଇଁ ମାସ୍କ ବଣ୍ଟନ କରାଯାଇଥିଲା ଯାହା ହସ୍ପିଟାଲ ପ୍ରବନ୍ଧକଙ୍କ ଦୁରଦୃଷ୍ଟି ର ଅନ୍ୟ ଏକ ଉଦାହରଣ ବୋଲି ଅଞ୍ଚଳର ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ପଟନାୟକ ପ୍ରକାଶ କରିଛନ୍ତି I
- ସଙ୍କଟର ଏଭଳି ପରିସ୍ଥିତିରେ ମୋ ଅଞ୍ଚଳବାସି ତଥା ଅନ୍ୟ ଜିଲ୍ଲା ବାସୀଙ୍କୁ ପର୍ଯ୍ୟାପ୍ତ ଅମ୍ଳଜାନ ସହ ଉତ୍ତମ ଚିକିତ୍ସା ଯୋଗେଇଦେଉଥିବା ଯୋଗୁଁ ମୁଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରୁଛି I ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ତରଫରୁ ଚିକିତ୍ସା କ୍ଷେତ୍ରରେ ସମସ୍ତ ପ୍ରକାର ସହାୟତା ଯୋଗେଇଦିଆଯିବ I ଚାରି ଆଡେ ଅମ୍ଳଜାନ ଜନିତ ସମସ୍ୟା ଦେଖା ଦେଉଥିବା ସମୟରେ ନିଜର ଦୂର ଦୃଷ୍ଟି ବଳରେ ଅମ୍ଳଜାନ ପ୍ରସ୍ତୁତି କେନ୍ଦ୍ର ସ୍ଥାପନ କରି ଯେଉଁ ସେବା ପ୍ରଦାନ କରୁଛି ତାହା ପ୍ରଶଂସନୀୟ ଏବଂ ଉତ୍ତମ ସେବା ଯୋଗେଇବା ଦିଗରେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ଓ ସୁବିଧା ଯୋଗେଇଦିଆଯାଯିବ I ଯେଉଁ ପ୍ରକାର ସେବା ଖ୍ରୀଷ୍ଟିଆନ ହସ୍ପିଟାଲ ଯୋଗେଇ ଆସୁଛି ତାହା ଅତ୍ୟନ୍ତ ପ୍ରଶଂସନୀୟ, ଅମ୍ଳଜାନ ଜନିତ ସମସ୍ୟା ଯେଉଁଭଳି ଭାବେ ଏକ ଜାତୀୟ ସମସ୍ୟା ଭଳି ମୁଣ୍ଡ ଟେକିଛି ସେହି ଭଳି ପରିସ୍ଥିତିରେ ମୋର ସଂସଦ କ୍ଷେତ୍ରର ଏକ ଚିକିତ୍ସାଳୟ ଏଭଳି ଅବିରତ ଭବେ ରୋଗୀଙ୍କୁ ଅମ୍ଳଜାନ ଯୋଗେଇଦେବା ନିଶ୍ଚିତ ଭାବେ ପ୍ରଶଂସନୀୟ ଏବଂ ସାଂସଦ ଭାବରେ ମୋ ଦ୍ୱାରା ସମ୍ଭବ ସମସ୍ତ ପ୍ରକାର ସହାୟତା ପାଇଁ ମୁଁ ପ୍ରତିବଦ୍ଧ ଏବଂ କୃତଞ ବୋଲି କହିଛନ୍ତି ଏମ୍ ପି ସପ୍ତଗିରି ଉଲାକା।





