Monday, November 16, 2026
Home ଆଞ୍ଚଳିକ ବିନା ସୁରକ୍ଷାରେ କାର୍ଯ୍ୟ କରୁଛନ୍ତି ରେଳ କର୍ମଚାରୀ

ବିନା ସୁରକ୍ଷାରେ କାର୍ଯ୍ୟ କରୁଛନ୍ତି ରେଳ କର୍ମଚାରୀ

228

ଜଟଣୀ ୨୭/୪(ଜିଲ୍ଲା ଖଵର) : ମହାମାରୀ କରୋନାର ଦ୍ୱିତୀୟ ଲହର ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଖୋର୍ଦ୍ଧାଜିଲାରେ ସଂକ୍ରମିତଙ୍କ ସଂଖ୍ୟା ବଢିବଢି ୧୦୯୨ରେ ପହଁଚିଲାଣି । ତେବେ ଏଥି ମଧ୍ୟରେ ଉଭୟେ ଜଟଣୀ ସହରାଚଂଳ ଓ ଗ୍ରାମାଚଂଳରେ ଚଳିତ ଦ୍ୱିତୀୟ ଲହରରେ କରୋନା ପଜିଟିଭଙ୍କ ସଂଖ୍ୟା ଶହେ ମଧ୍ୟରେ ସିମିତ ରହିଥିବା ବେଳେ ସ୍ୱତନ୍ତ୍ରଭାବେ ଖୋର୍ଦ୍ଧାରୋଡ ରେଳଷ୍ଟେସନ ପରିସରରେ ୫୭ଜଣ ଆକ୍ରାନ୍ତ ହୋଇଥିବା ସୁଚନା ମିଳିଛି । ସବୁଠାରୁ ବିଡମ୍ବନାର ବିଷୟ ରେଳକର୍ମଚାରୀମାନେ ବିନା ସୁରକ୍ଷାରେ କାର୍ଯ୍ୟାଳୟରେ କାମ କରୁଥିବା ଦେଖିବାକୁ ମିଳିଛି । ଗତ ୨୦୨୦ମସିହାରେ ହୋଇଥିବା ପ୍ରଥମ ପର୍ଯ୍ୟାୟ କରୋନା ସଂକ୍ରମଣରେ ଖୋର୍ଦ୍ଧାରୋଡ ରେଳପଥ ୪୩ହଜାର ଓଡିଆ ପ୍ରବାସୀମାନଙ୍କୁ ଟ୍ରେନ ମାଧ୍ୟମରେ ଆଣି ସେମାନଙ୍କ ଘରେ ପହଁଚାଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ମାଲ ପରିବହନ କ୍ଷେତ୍ରରେ ମଧ୍ୟ ସହଯୋଗ ଅତୁଳନୀୟ ହୋଇଥିଲା । ହେଲେ ଗତ କରୋନା ମହାମାରୀ ସମୟରେ ରେଳବିଭାଗ କର୍ମଚାରୀମାନଙ୍କ ସୁରକ୍ଷାଲାଗି କୈାଣସି ସୁରକ୍ଷା ଯୋଗାଇ ଦେଇନଥିବା ବେଳେ ବର୍ତମାନ ସ୍ଥିତି ମଧ୍ୟ ପୁର୍ବପରି ରହିଛି । ଫଳରେ କର୍ମଚାରୀମାନେ ଭୟଭିତ ଅବସ୍ଥାରେ କାର୍ଯ୍ୟାଳୟକୁ ଆସୁଛନ୍ତି । ସେମାନଙ୍କ ଚାକିରୀର ସୁରକ୍ଷାକୁ ଦୃଷ୍ଟିରେ ରଖି ମୁହଁ ଖୋଲୁନଥିବା ଅନୁମାନ କରାଯାଉଛି । କାରଣ ସମସ୍ତ କାର୍ଯ୍ୟାଳୟରେ ସେମାନଙ୍କ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଉଥିବା ବେଳେ ରେଳବିଭାଗ ପକ୍ଷରୁ କୈାଣସି ବ୍ୟବସ୍ଥା କରାଯାଉ ନାହିଁ । ଷ୍ଟେସନ ପରିସରରେ ଯାତ୍ରୀମାନଙ୍କଲାଗି ସେଭଳି କୈାଣସି ସୁରକ୍ଷା ଦେଖିବାକୁ ମିଳୁନଥିବା ବେଳେ କାର୍ଯ୍ୟାଳୟ ପରିସରରେ ମଧ୍ୟ ଅନୁରୁପ ବ୍ୟବସ୍ଥା ରହିଛି । ଏହି କ୍ରମରେ ମୋଟ ୫୭ଜଣ କର୍ମଚାରୀ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଛନ୍ତି । ତେଣୁ ରେଳକର୍ମଚାରୀମାନେ ଚିନ୍ତା ବଢେଇ ଦେଇଛନ୍ତି ବୋଲି କୁହାଯାଇଛି ।
ରୀପୋର୍ଟ , ସଞ୍ଜୀବ କୁମାର