
ଚନ୍ଦ୍ରପୁର, ୨୭/୦୪/୨୧ (ଜିଲ୍ଲା ଖବର) : ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମର ମୁଖ୍ୟ ରାସ୍ତା, ବଡ଼ସାହି, ଲିଙ୍ଗରାଜ ସାହି, ନୁଆସାହି, ଗଜରାଜ ସାହି, ଇନ୍ଦିରା ବାସ ସାହି ଓ ଅନ୍ୟାନ୍ୟ ସାହି ଠାରେ ଦୀର୍ଘ 15 ଦିନ ହେବ ସପ୍ଲାଇ ପାଣି ବନ୍ଦହୋଇଯାଇଛି l
ଲୋକ ମାନେ ର୍ଗୀଷ୍ମ ପ୍ରଭାବରେ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଥିଲେ ମଧ୍ୟ ପ୍ରଶାସନ ପାଣି ମଟର ଖରାପ ହୋଇଛି କହି ଦିନ ପରେ ଦିନ କାଟୁଥିବା ଦେଖି ଗ୍ରାମର ପ୍ରାୟ ସତାଧିକ ମହିଳା ଗରିଆ, ମାଠିଆ ଧରି ବ୍ଲକ ଅଫିସ ଘେରାଉ କରିଥିଲେ l
ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜର୍ଜ ଡୁଙ୍ଗ ଡୁଙ୍ଗ, ସରପଞ୍ଚ ସୁଜିତ ବ୍ରେଡକା, ଚନ୍ଦ୍ରପୁର ଥାନା ଆଇ ଆଇ ସି ମୁକୁନ୍ଦ ଦେବ ନାୟକ ମହିଳା ମାନଙ୍କୁ ଯଥାଶୀଘ୍ର ପାଣି ଆପଣ ମାନଙ୍କୁ ଯୋଗାଇ ଦେବା ପ୍ରତିଶୃତି ପରେ ମହିଳା ମାନେ ଯାଇଥିଲେ l
ଚନ୍ଦ୍ରପୁର , କୈଳାସ ମାଳବିଶୋଇ




