
ରାଇରଙ୍ଗପୁର, ୨୭/୦୪/୨୧ (ଜିଲ୍ଲା ଖବର) : ଦୁନିଆ କୋଉଠୁ କୋଉଠି ପହଞ୍ଚି ଗଲାଣି ହେଲେ ମଣିଷର ଲୋଭ କମୁନି କି ଆମ ରାଜ୍ୟରେ ବୋହୂ ପୋଡିର ହାର ମଧ୍ୟ କମିବାର ନାଁ ଧରୁନି । ନିକଟେର ସେମିତି ଗୋଟିଏ ଖବର ଆସିଛି ଉତ୍ତର ଓଡ଼ିଶାରୁ । ଘର ଭିତରୁ ଉଦ୍ଧାର ହୋଇଛି ନବବଧୂଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ବାପ ଘର କହିଛନ୍ତି ତାଙ୍କ ଝିଅକୁ ପୋଡ଼ି ମାରିଛନ୍ତି ଶ୍ଵଶୁର ଘର ଲୋକ । ଏହିପରି ଏକ ଦୁଃଖଦ ଓ ଲୋମହର୍ଷଣକାରୀ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ରାଣିପାଳ ଗାଁରେ । ଆଜି ସକାଳୁ ରାଣିପାଳ ଗାଁ ସାଉନା ମୁର୍ମୁଙ୍କ ଘରେ ତାଙ୍କ ସ୍ତ୍ରୀ ଅନିତାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତେଦହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଅନିତାଙ୍କ ପରିବାର ଲୋକେ ପୋଲିସ ପାଖରେ ଝିଅକୁ ଯୌତୁକ ପାଇଁ ପୋଡ଼ି ମାରି ଦେଇଥିବା ଅଭିଯୋଗ କରିଥିବା ବେଳେ ଶ୍ଵଶୁର ଘର ଏହାକୁ ଖଣ୍ଡନ କରିଛନ୍ତି । ଅନିତା ଆତ୍ମହତ୍ୟା କରିଛନ୍ତି ବୋଲି ସେମାନେ କହିଛନ୍ତି ।



