
କଟକ, ୨୭/୦୪/୨୧ (ଜିଲ୍ଲା ଖବର) : କଟକରେ କୋରୋନା ଟିକାକୁ ନେଇ ଉତ୍ତେଜନା । ସିଡିଏ ସେକ୍ଟର 7 ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକୁ ଉତ୍ତେଜନା ପ୍ରକାଶ ପାଇଛି । ଟିକା ନେବା ପାଇଁ ଆସିଥିବା ଲୋକଙ୍କୁ ଟିକା ନଦେଇ ବାହାରକୁ ଟିକା ସପ୍ଳାଇ କରାଯାଉଥିବାର ଅଭିଯୋଗ କରିଛନ୍ତି ଲୋକେ । ଟିକା ନେଇ ଯାଉଥିବା ଗାଡ଼ିକୁ ମଧ୍ୟ ଅଟକାଇଛନ୍ତି ଲୋକେ। ଦ୍ୱିତୀୟ ଡୋଜ ଟିକା ନେବା ପାଇଁ ଆସୁଥିବା ଲୋକଙ୍କୁ ମଧ୍ୟ ଟିକା ନଦେଇ କାହିଁକି ଟିକା ଅଲଗା ସ୍ଥାନକୁ ସ୍ଥାନାନ୍ତର କରାଯାଉଥିଲା ବୋଲି ଅଭିଯୋଗ କରିଛନ୍ତି ଲୋକେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଇବା ସହ ସାପ୍ଲାଇ ହେଉଥିବା ଟିକାକୁ ମେଡିକାଲରେ ରଖାଯାଇଛି। ତେବେ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଟିକା ଦିଆଯିବା ପାଇଁ ପ୍ରତିଶ୍ରୁତି ଦେଇଛି ପୋଲିସ ।



