Saturday, October 10, 2026
Home ଆଞ୍ଚଳିକ ଶ୍ରୀକ୍ଷେତ୍ର ସାହିଯାତ : ସୀତା ଚୋରି କଲେ ମୟା ରାବଣ

ଶ୍ରୀକ୍ଷେତ୍ର ସାହିଯାତ : ସୀତା ଚୋରି କଲେ ମୟା ରାବଣ

31

ପୁରୀ, ୨୭/୦୪/୨୧ (ଜିଲ୍ଲା ଖବର) : ଶ୍ରୀରାମ ନବମୀଠାରୁ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଥିବା ସାହିଯାତରେ ଗତକାଲି ସୀତା ଚୋରି ପ୍ରସ୍ତାବ କରାଯାଇଥିଲା  । ଚୈତ୍ର ଶୁକ୍ଳ ଚତୁର୍ଦଶୀ ତିଥିରେ କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ମାୟାମୃଗ ଓ ସୀତାଚୋରି ନୀତି ସମ୍ପନ୍ନ କରାଯାଇଥିଲା । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଅଜ୍ଞାମାଳ ପାଇବା ପରେ ରାବଣ ବେଶଧାରୀ ଚରିତ୍ର ଜଗନ୍ନାଥ ବଲ୍ଲଭ ମଠକୁ ଯାଇଥିଲେ । ଜଗନ୍ନାଥବଲ୍ଳବ ପରିଷରେରେ ମୃଗ ପଟଚ୍ଚିତ୍ର ସମ୍ମୁଖେର ବିରଵାଦ୍ୟର ତାଳେ ତାଳେ ରାବଣ ନୃତ୍ୟ ପରିବେଷଣ କରିଥିଲେ । ବିମାନରେ ଯାଇଥିବା ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ନିକଟରେ ସୀତାଚୋରି ନୀତି କରାଯିବା ପରେ ମହାପ୍ରଭୁଙ୍କ ବିମାନ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ ।