
ନୂଆଦିଲ୍ଲୀ, ୨୭/୦୪/୨୧ (ଜିଲ୍ଲା ଖବର) : ଦିନକୁ ଦିନ କୋଭିଡ-୧୯ ସଙ୍କଟ ବଢୁଥିବାରୁ ଆପଲ ସିଇଓ ଟିମ କୁକ ଭାରତକୁ ସହାୟତା କରିବାକୁ ପ୍ରତିଶୃତି ଦେଇଛନ୍ତି। କୁକ୍ କହିଛନ୍ତି ଯେ କୁକ୍ ଆପଲ୍ ଭାରତକୁ ସହାୟତା କରିବ ଏବଂ ଆବଶ୍ୟକ ରିଲିଫ୍ ଯୋଗାଇଦେବ। ଯେଉଁଭଳି ଭାବରେ କୋରୋନା ସଂକ୍ରମଣ ମାମଲା ଦେଶରେ ବଢ଼ି ବଢ଼ି ଚାଲିଛି । ତାହା ସହ ସମସ୍ତେ ଲଢ଼େଇ କରୁଛନ୍ତି ।ଭାରତ ବିଶ୍ବ ସ୍ତରରେ କରୋନା ହଟସ୍ପଟ୍ ଭାବରେ ଉଭା ହୋଇଛି । ଚିକିତ୍ସା ସାମଗ୍ରୀର ଅଭାବ ମଧ୍ୟରେ ଦୈନିକ ୩.୫ ଲକ୍ଷରୁ ଅଧିକ ମାମଲା ରିପୋର୍ଟ କରୁଛି। ଏଭଳି ସ୍ଥିତିରେ ଭାରତକୁ ସମସ୍ତେ ସହାୟତାର ହାତ ବଢ଼ାଉଛନ୍ତି । ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏବଂ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ଏହି ମହାମାରୀ ବିରୋଧରେ ଭାରତ ତଥା ବିଭିନ୍ନ ଭାରତୀୟ ସଂଗଠନକୁ ସମର୍ଥନ କରିବାକୁ ଘୋଷଣା କରିବା ପରେ ଆପଲ୍ କମ୍ପାନୀ ପକ୍ଷରୁ ଏହି ଘୋଷଣା କରାଯାଇଛି।


