
ନୂଆଦିଲ୍ଲୀ , ୨୭/୦୪/୨୧ (ଜିଲ୍ଲା ଖବର) : କରୋନାର ପ୍ରକୋପ ଦିନକୁ ଦିନ ବେଶ ବଢିବାରେ ଲାଗିଛି । କରୋନାକୁ ଦୃଷ୍ଟିରେ ରଖି ସରକାର କରୋନା ନିୟମକୁ କଡାକଡି କରିଛନ୍ତି । କରୋନାର ପ୍ରଭାବ ମନୋରଞ୍ଜନ ଦୁନିଆଁ ଉପରେ ଅଧିକ ପଡୁଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଅନେକ୍ କଳାକାର କରୋନା ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସୁଛି । ତେବେ ଏବେ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ହିନା ଖାନ୍ । ସେ କରୋନା ସଂକ୍ରମିତ ହୋଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ସେ ଏହାର ସୂଚନା ଦେଇଛନ୍ତି ।
ହିନା ଲେଖିଛନ୍ତି ଯେ, ‘ମୋର ଏବଂ ମୋ ପରିବାର ପାଇଁ ବହୁତ୍ କଠିନ ଏବଂ ମୁସ୍କିଲରେ ଭରା ଏହି ସମୟରେ ମୁଁ କରୋନା ସଂକ୍ରମିତ ହୋଇଛି । ଡାକ୍ତରଙ୍କ ସମସ୍ତ ପରାମର୍ଶ ଗ୍ରହଣ କରିବା ସହିତ, ନିଜକୁ ହୋମ୍ କ୍ୱାରେଣ୍ଟାଇନରେ ରଖିଛି । ଯେଉଁମାନେ ଗତ କିଛି ଦିନ ଧରି ମୋ ସଂସ୍ପର୍ଶରେ ଆସିଛନ୍ତି , ସେମାନେ ନିଜ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ । ମୋତେ ଆପଣମାନଙ୍କ ପ୍ରାର୍ଥନାର ଆବଶ୍ୟକତା ରହିଛି । ସୁରକ୍ଷିତ ରୁହନ୍ତୁ ଏବଂ ନିଜର ଧ୍ୟାନ ରଖନ୍ତୁ ‘ ।
ପ୍ରକାଶ ଥାଉକି, ନିକଟରେ ହିନା ଖାନ୍ ତାଙ୍କ ପିତାଙ୍କୁ ହରାଇଛନ୍ତି । ହିନା ତାଙ୍କ ପ୍ରୋଜେକ୍ଟ ସୁଟିଂରେ କାଶ୍ମୀର ଯାଇଥିବା ସମୟରେ, ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ପିତାଙ୍କ ଦେହାନ୍ତ ହେବାର ଖବର ପାଇବା ପରେ, ସେ ତୁରନ୍ତ ସେଠାରୁ ଫେରି ଆସିଥିଲେ । ପିତାଙ୍କ ଦେହାନ୍ତରେ ଏକଦମ୍ ଭାଙ୍ଗି ପଡିଥିଲେ ହିନା । ହେଲେ ବିଡମ୍ବନାର ବିଷୟ , ପିତାଙ୍କୁ ହରାଇଥିବାର ଦୁଃଖ ମନରୁ ନଯାଉଣୁ ତାଙ୍କ ଜୀବନରେ ଆଉ ଏକ ଦୁଃଖ ମାଡି ଆସିଛି । ସେ ହେଉଛି କରୋନା ସଂକ୍ରମିତ ହେବାର ଦୁଃଖ । ସେ କରୋନା ସଂକ୍ରମିତ ହେବା ଖବର ଜାଣିବା ପରେ ତାଙ୍କ ଫ୍ୟାନ୍ସ ମାନଙ୍କ ସମେତ , ତାଙ୍କ ଶୁଭଚିନ୍ତକ ମାନେ ତାଙ୍କର ଆରୋଗ୍ୟ କାମନା କରୁଛନ୍ତି ।




