Monday, November 16, 2026
Home ଆଞ୍ଚଳିକ ରାଜ୍ୟରେ କୋରୋନା ସ୍ଥିତି ଭୟଙ୍କର ହେଉଛି, ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କୋରୋନା ନେଇ ଆଲୋଚନା...

ରାଜ୍ୟରେ କୋରୋନା ସ୍ଥିତି ଭୟଙ୍କର ହେଉଛି, ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କୋରୋନା ନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

18

ଭୁବନେଶ୍ୱର,୨୭/୦୪/୨୧ (ଜିଲ୍ଲା ଖବର) :  ରାଜ୍ୟରେ କୋରୋନା ସ୍ଥିତି ଭୟଙ୍କର ହେଉଛି । ଏଭଳି ସ୍ଥିତିରେ ସଂକ୍ରମଣକୁ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି । ଆଜି ସନ୍ଧ୍ୟାରେ କୋଭିଡ ସ୍ଥିତିକୁ ନେଇ ବସିବ ସମୀକ୍ଷା ବୈଠକ । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ କୋରୋନା ନେଇ ଆଲୋଚନା କରିବେ । ଜିଲ୍ଲା ମାନଙ୍କରେ ବଢୁଥିବା ସଂକ୍ରମିତ ଅଙ୍କରେ ରୋକ ଲଗାଇବା ଉପରେ ଆଲୋଚନା ହେବ ।ଦିନକୁ ଦିନ କୋରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି । ଯାହାକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଏଭଳି ସ୍ଥିତିରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟରେ ବର୍ତ୍ତମାନ ଅଧା ଜିଲ୍ଲା ରେଡ ଜୋନରେ ରହିଛି । କିଭଳି ଭାବରେ କୋରୋନା ସହ ମୁକାବିଲା କରିବା ସେନେଇ ସମସ୍ତେ ଚିନ୍ତିତ ଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ, ଏବଂ ତା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି ।