
ଭୁବନେଶ୍ୱର , ୨୭/୦୪/୨୧ (ଜିଲ୍ଲା ଖବର) : ଆଜିଠୁ ସମସ୍ତ ସରକାରୀ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ । ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ହେବ । ଯାହା ଆସନ୍ତା ମେ 31 ଯାଏଁ ଚାଲିବ । କୋଭିଡ଼ ଗାଇଡଲାଇନ ମାନି ନାମଲେଖା ପ୍ରକ୍ରିୟା କରିବାକୁ ସବୁ ଡ଼ିଇଓ, ବିଇଓ ଓ ଡ଼ିପିସିଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହା କାର୍ଯ୍ୟ ଦିବସରେ ସକାଳ 7ଟାରୁ 9ଟା 30 ପର୍ଯ୍ୟନ୍ତ ନାମଲେଖା ଚାଲିବ । ଏକାସାଙ୍ଗରେ 5 ଜଣରୁ ଅଧିକ ଅଭିଭାବକ ମାନଙ୍କୁ ସ୍କୁଲରେ ପ୍ରବେଶକୁ ବାରଣ କରାଯାଇଛି ।


