ହସ୍ପିଟାଲରେ ଘରକୁ ଶବ ନେବା ପାଇଁ ମିଳିଲାନି ଆମ୍ବୁଲାନ୍ସ

9

ଢେଙ୍କାନାଳ, ୨୭/୦୪/୨୧ (ଜିଲ୍ଲା ଖବର) : ଢେଙ୍କାନାଳ ହସ୍ପିଟାଲରେ ଘରକୁ ଶବ ନେବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି । ବାଧ୍ୟ ହୋଇ ପାଞ୍ଚ ବର୍ଷର ମୃତ ଶିଶୁକୁ କାନ୍ଧରେ ପକାଇ ବୋହି ବୋହି ନେଲେ ମାମୁଁ ଓ ଆଈ । ପରେ ସ୍ଥାନୀୟ ଲୋକ ବାଟରେ ଅଟକାଇ ବେସରକାରୀ ଶବବୁହା ଗାଡିରେ ମୃତଦେହକୁ ଘରକୁ ପଠାଇଥିଲେ । ମୃତକ ହେଲେ ସଦରଥାନା ଭାଗିରଥିପୁର ଗାଁର ପାଞ୍ଚ ବର୍ଷର ଶିଶୁ ସଞ୍ଜୟ ଦେହୁରୀ । ଗତକାଲି ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ମହାପ୍ରୟାଣ ଗାଡି ନ ମିଳିବାରୁ ତାଙ୍କୁ କାନ୍ଧରେ ପକାଇ ନେଉଯାଉଥିଲେ ମାମୁଁ ଓ ଆଈ ।