
ମୟୂରଭଞ୍ଜ, ୨୭/୦୪/୨୧ (ଜିଲ୍ଲା ଖବର) : ପାଣି ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ମହିଳା । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ମାହାରାସାହିରେ ଘୋର ପାନୀୟ ଜଳ ସମସ୍ୟା । ବାରମ୍ବାର ପ୍ରଶାସନକୁ ଜଣାଇଲେ ବି କେହି ଶୁଣିଲେନି । ଶେଷରେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଗରା, ବାଲ୍ଟି ଧରି କପ୍ତିପଦା-ଠାକୁରମୁଣ୍ଡା ରାସ୍ତାର ଗାଇପାଣି ଛକରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।



