
ପୁରୀ,୨୭/୦୪/୨୧ (ଜିଲ୍ଲା ଖବର) : ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲା ଯୁବକ । ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ । ମୃତକ ବରପଦା ଗାଁର ଦିଲିପ୍ ମହାପାତ୍ର । କୌଣସି କାମରେ ଦିବ୍ୟସିଂହପୁର ପଞ୍ଚାୟତର ବ୍ରାହ୍ମଣପାଟଣା ଯାଇଥିଲେ ଦିଲିପ । ଜୈନିକ ଯୁବକ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁଁ ଘଟଣାସ୍ଥଳରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିଲା । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି । ତେବେ ହତ୍ୟା ପରେ ରାସ୍ତାକଡରେ ପଡିଥିଲା ଦିଲିପଙ୍କ ମୃତଦେହ । ଘଟଣାସ୍ଥଳରେ ଗଡିଶାଗୋଦା ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି ।



