Sunday, November 15, 2026
Home ଆଞ୍ଚଳିକ ଆଜିଠୁ 14 ଦିନିଆ ଲକଡାଉନ, ରାତି 9ରୁ ଲାଗୁ ହେବ କଟକଣା

ଆଜିଠୁ 14 ଦିନିଆ ଲକଡାଉନ, ରାତି 9ରୁ ଲାଗୁ ହେବ କଟକଣା

15

କର୍ଣ୍ଣାଟକ, ୨୭/୦୪/୨୧ (ଜିଲ୍ଲା ଖବର) : ଆଜିଠୁ କର୍ଣ୍ଣାଟକ 14 ଦିନିଆ ଲକଡାଉନ । ଆଜି ରାତି 9ଟାରୁ କଟକଣା ଲାଗୁ ହୋଇ 9 ତାରିଖ ଯାଏଁ ବଳବତ୍ତର ରହିବ । ରାଜ୍ୟରେ ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣରେ ରୋକ ଲଗାଇବାକୁ ଲକଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଲୋକମାନଙ୍କୁ ସକାଳ 6ଟାରୁ 10ଟା ପର୍ଯ୍ୟନ୍ତ ଆବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ଛାଡ ମିଳିବ । କର୍ଣ୍ଣାଟକରେ ବିଶେଷ କରି ରାଜଧାନୀ ବେଙ୍ଗାଲୁରୁରେ ସଂକ୍ରମଣ ମାମଲା ବହୁଗୁଣରେ ଚିହ୍ନଟ ହେଉଥିଲା ବେଳେ ମେଡିକାଲ ମାନଙ୍କରେ ଭେଣ୍ଟିଲେଟର ଏବଂ ଆଇସିୟୁ ବେଡର ଅଭାବ ଦେଖାଦେଇଛି । ଲୋକମାନେ ମେଡିକାଲରେ ଆଡମିଶନ ନେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି । ପୂର୍ବରୁ ରାଜ୍ୟରେ ରାତ୍ରୀକାଳିନ କର୍ଫ୍ୟୁ ଲାଗୁ ହେବା ସହ ସପ୍ତାହାନ୍ତ ଲକଡାଉନ ମଧ୍ୟ ଲାଗୁ କରାଯାଇଥିଲା ।