
ଗଞ୍ଜାମ,୨୭/୦୪/୨୧ (ଜିଲ୍ଲା ଖବର) : ପୁଣିଥରେ ମାତିଲେ ଏଟିଏମ୍ ଲୁଟେରା । ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଇଣ୍ଡିଆନ ବ୍ୟାଙ୍କ ଏଟିଏମରୁ ସଟର ତାଡିଲେ ଲୁଟେରା । ସଟର ତାଡି ଏଟିଏମକୁ ମଧ୍ୟ ଭାଙ୍ଗିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ସହ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରୁଛି । ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ଆକଳନ କରାଯାଇନାହିଁ । ବ୍ୟାଙ୍କ କର୍ମଚାରୀ ଆସିଲେ ହିଁ ଜଣାପଡିବ କେତେ ଟଙ୍କା ଥିଲା ଏବଂ କେତେ ଟଙ୍କା ଲୁଟ ହୋଇଛି ।


