Home ଆଞ୍ଚଳିକ ଜୁଆ ଆଡ୍ଡା ଉପରେ ଚଢାଉ, 21 ଜୁଆଡି ଗିରଫ

ଜୁଆ ଆଡ୍ଡା ଉପରେ ଚଢାଉ, 21 ଜୁଆଡି ଗିରଫ

16

ଜୟପୁର, ୨୭/୦୪/୨୧ (ଜିଲ୍ଲା ଖବର) :  ଜୁଆ ଆଡ୍ଡା ଉପରେ ଚଢାଉ କରି 21 ଜଣ ଜୁଆଡିଙ୍କୁ ଧରିବାରେ ସଫଳ ହୋଇଛି ଜୟପୁର ସଦର ପୋଲିସ । ନାଇଟ କର୍ଫ୍ୟୁ ସମୟରେ ପଦମପୁର ଜଙ୍ଗଲ ମଧ୍ୟରେ ଜୁଆ ଆଡ୍ଡା ଚାଲିଥିଲା ।  ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଜୁଆଡ଼ି ଜୁଆ ଖେଳୁଥିବା ବେଳେ ପୋଲିସ ଚଢଉ କରିଥିଲା । ଘଟଣାସ୍ଥଳରୁ ପୋଲସି ୨୧ଜଣ ଜୁଆଡିଙ୍କୁ ଧରିବାରେ ସକ୍ଷମ ହୋଇଛି । ଘଟଣାସ୍ଥଳରୁ ନଗଦ ୭୦ ହଜାର ଟଙ୍କା, ୧୩ ଟି ମୋବାଇଲ ଏବଂ ୧୨ ଟି ବାଇକକୁ ଜବତ କରିଛି ପୋଲିସ । ଗିରଫ ଜୁଆଡିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।