Home ଆଞ୍ଚଳିକ ଧଳା ଜହର ବ୍ୟବସାୟରେ ମାତିଛନ୍ତି ବିଜୁ ଛାତ୍ର ଜନତା ଦଳ !

ଧଳା ଜହର ବ୍ୟବସାୟରେ ମାତିଛନ୍ତି ବିଜୁ ଛାତ୍ର ଜନତା ଦଳ !

14

ଜଗତସିଂହପୁର,୨୭/୦୪/୨୧ (ଜିଲ୍ଲା ଖବର) :  ଧଳା ଜହର ବ୍ୟବସାୟରେ ମାତିଛନ୍ତି ଜଗତସିଂହପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ  । ଏହାକୁ ପ୍ରଶୟ ଦେଉଛନ୍ତି ଦଳୀୟ ନେତା । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛି ଜଗତସିଂହପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ଗତ ଦୁଇ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ବରୁଣେଇ ନିକଟରୁ ଏସଟିଏଫ ହାତରେ କୋଟିଏ ଟଙ୍କାରେ ବ୍ରାଉନ ସୁଗାର  ଲାଗିଥିବା ବେଳେ ସେଥିରେ ସମ୍ପୃକ୍ତ ଥିବା ଯୁବକମାନେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକର୍ତ୍ତା । ସରକାର ବିଜୁ ଯୁବ ବାହିନୀ ବନ୍ଦ କରି ଦଳର ଯୁବକ ମାନଙ୍କୁ ଧଳା ଜହର ବ୍ୟବସାୟରେ ଲଗାଇ ଦେଇଥିବା ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି ।