
ମୟୂରଭଞ୍ଜ,୨୭/୦୪/୨୧ (ଜିଲ୍ଲା ଖବର) : ଆଜିଠୁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରର ଦୋକାନ ବଜାର ଦୁଇ ଦିନ ବନ୍ଦ । ଆଜି ସକାଳ 6ଟାରୁ 28 ତାରିଖ ସନ୍ଧ୍ୟା 6ଟା ଯାଏଁ ବନ୍ଦ ଘୋଷଣା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟବସାୟୀ ସଂଘ ଏଭଳି ନିଷ୍ପତ୍ତି ନେଇଛି । କରଞ୍ଜିଆରେ କରୋନା ରୋଗୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଦୁଇଦିନରେ 3ଟି ମୁଣ୍ଡ ଗାଡି ସରିଲାଣି । ଗତକାଲି ଉପଜିଲାପାଳଙ୍କ ସମ୍ମୁଳନୀକକ୍ଷରେ ବଣିକସଂଙ୍ଘ ସହ ପ୍ରଶାସନ ଅଧିକାରୀ ମାନଙ୍କ ଏକ ଜରୁରୀ ବୈଠକ ହୋଇଥିଲା । ନିଷ୍ପତିକ୍ରମେ ଆଜି 27 ତାରିଖ ବୁଧବାର ଏବଂ 28 ତାରିଖ ଗୁରୁବାର ଦୁଇ ଦିନ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବ ।



