
ପୁରୀ, ୨୭/୦୪/୨୧ (ଜିଲ୍ଲା ଖବର) : କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିର ପରିସରରେ 144 ଧାରା ଲାଗୁ । ଝାମୁଯାତ୍ରା ପାଇଁ 144 ଧାରା ଜାରି କଲା ପ୍ରଶାସନ । ଆଜି ଶେଷ ଚୈତ୍ର ମଙ୍ଗଳବାର ହୋଇଥିବାରୁ ମା’ ମଙ୍ଗଳାଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ କୋଭିଡ୍ କଟକଣାରେ ଝାମୁଯାତ୍ରା କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ମାନସିକଧାରୀ ଓ ପୂଜକଙ୍କ ଉପସ୍ଥିତିରେ ଝାମୁଯାତ୍ରା କରାଯିବ । ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ 144 ଧାରା ଲାଗୁ କରାଯାଇଛି



