Sunday, November 15, 2026
Home ଆଞ୍ଚଳିକ ପ୍ରଶାସନ ତରଫରୁ ଜବରଦଖଲ ଉଛେଦ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ଜାଗା ଚିହ୍ନଟ

ପ୍ରଶାସନ ତରଫରୁ ଜବରଦଖଲ ଉଛେଦ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ଜାଗା ଚିହ୍ନଟ

18

ଚନ୍ଦ୍ରପୁର,୨୬-୪(କୈଳସ ମାଳବିଶୋଇ ) : ଚନ୍ଦ୍ରପୁର
ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦରମହାକୁମା ଠାରେ ପ୍ରଶାସନ ତରଫରୁ ଜବରଦଖଲ ଉଛେଦ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ଚନ୍ଦ୍ରପୁର ତହସିଲଦାର ଶ୍ରୀ ଲଷ୍ମୀ ନାରାୟଣ ସାବତ ବ୍ଲକ ଅଧ୍ୟକ୍ଷ୍ୟା ସଂଜିତା ପ୍ରାଟୀଙ୍ଗା, ସରପଞ୍ଚ ସୁଜିତ ବ୍ରେଡକା, ମଙ୍ଗଳା ଦିବକା ପ୍ରମୁଖଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଆଜି ଏହି ଜବରଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ବିଶେଷ କରି ହାଟ ପଦାଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଓ ଥାନା ଛକ ନିକଟରେ ଥିବା ହୋଟେଲ,ଚା ଦୋକାନ,ପରିବା ଦୋକାନ,ଫଳ ଦୋକାନ ସହ ବିଭିନ୍ନ ଉଠା ଦୋକାନୀ ମାନଙ୍କୁ ଉଠା ଇବା ନିମନ୍ତେ ପ୍ରଥମେ କୁହାଯାଇଛି ଏବଂ ରାସ୍ତା କଢ଼ରେ ଥିବା ଅନ୍ୟାନ୍ୟ ଜବରଦଖଲ କାରୀ ମାନଙ୍କ ସହ ଉଠା ଦୋକାନୀ ମାନଙ୍କୁ ଉଛେଦ କରାଯିବ ବୋଲି ଜଣାପଡିଛି l ଗତ କିଛି ଦିନ ତଳେ ଚନ୍ଦ୍ରପୁର ମୁଖ୍ୟ ରାସ୍ତାରେ ଥିବା ପରିବା ଦୋକାନ ସହ ଅନ୍ୟାନ୍ୟ ଉଠା ଦୋକାନୀ ମାନଙ୍କୁ କୁହାଯାଇଛି!ଦୁଃଖ ଦ ବିଷୟ ଚନ୍ଦ୍ରପୁର ସଦର ମହକୁମା ବସ ଷ୍ଟାଣ୍ଡା ଠାରେ ମାର୍କେଟ କମ୍ପ୍ଲେକ୍ସତିଆରି କରିବା ନାଁରେ ଆଜକୁ ପ୍ରାୟ 4/5 ବର୍ଷ ଅଧ ପାନ୍ତରିଆ ହୋଇ ପଡ଼ିରହିଛି ସେମାନଙ୍କୁ ବର୍ତମାନ ଦୋକାନ ଗୁଡିକ ଖାଲି କରିବାକୁ କୁହାଯାଇଛି l ବ୍ୟବସାୟୀ ମାର୍କେଟ କମ୍ପ୍ଲେକ୍ସକୁ ତିଆରି ନକିରୀ ସେମାନଙ୍କୁ ପ୍ରଶାସନ କେଉଁଠି ଜଗଦେବ ନା ବ୍ୟବସାହି ପେଟ ମାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l