
ନୂଆଦିଲ୍ଲୀ : ଆଜି ସିଲଂର ଆର୍କବିଶପ ରେଭ. ଡୋମନିକ ଜାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।
ଆର୍କବିଶପଙ୍କ ପରଲୋକରେ ସେ ଦୁଃଖିତ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ରେଭ. ଡୋମନିକ ଜାଲା ସମାଜ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସେବା ଓ ମେଘାଳୟର ବିକାଶ ପାଇଁ ଉତ୍ସାହ ଲାଗି ସର୍ବଦା ସ୍ମରଣୀୟ ରହିବେ । ତାଙ୍କ ଆତ୍ମାର ସଦଗତି ହେଉ । ସିଲଂର ଆର୍କବିଶପ ରେଭ. ଡୋମନିକ ଜାଲାଙ୍କ ପରଲୋକ ଆମେରିକାର କାଲିଫର୍ଣ୍ଣିଆଠାରେ ଅକ୍ଟୋବର ୧୧, ୨୦୧୯ରେ ଏକ କାର ଦୁର୍ଘଟଣାରେ ହୋଇଥିଲା । ତାଙ୍କୁ ନଭେମ୍ବର ୧୯, ୧୯୭୭ରେ ଡନ ବୋସ୍କୋର ସେଲେସିଆନ୍ସର ପାଦ୍ରୀ ନିଯୁକ୍ତ କରାଯାଇଥିଲା । ସିଲଂର ଆର୍କବିଶପ ଭାବେ ଡିସେମ୍ବର ୧୯୯୯ରେ ନିଯୁକ୍ତ ହେବା ପୂର୍ବରୁ ସେ ଗୌହାଟୀ ପ୍ରାନ୍ତରେ ଥିଲେ ।
(ସ୍ରୋତ-ପିଆବି)



