Thursday, November 19, 2026
Home ଆଞ୍ଚଳିକ ୟୁଥ ଅଫ କନ୍ଧମାଳ ତରଫରୁ ଖାଦ୍ୟ ପୁଡିଆ ବଣ୍ଟନ

ୟୁଥ ଅଫ କନ୍ଧମାଳ ତରଫରୁ ଖାଦ୍ୟ ପୁଡିଆ ବଣ୍ଟନ

17

ବାଲିଗୁଡା,୨୫/୪ {ସୁକାନ୍ତ କୁମାର ତ୍ରିପାଠୀ} : ସମଗ୍ର ଭାରତ ବର୍ଷରେ କରୋନା ର ଭୟାବହ ସଂକ୍ରମଣ କୁ ଦୃଷ୍ଟିରେ ରଖି ରାଜ୍ୟସରକାର ସପ୍ତାହନ୍ତ ସଟ ଡାଉନ ଘୋଷଣା କରିଛନ୍ତି l କରୋନା ର କରାଳ ଦାଉରୁ ସମାଜର ନିମ୍ନବର୍ଗ ର ଲୋକ ମାନେ ଆର୍ଥିକ ଅନାଟନ ରେ ଦିନ ବିତାଉଛନ୍ତି। କନ୍ଧମାଳ ର ଏପରି ଏକ ଜାଗା ଅଛି ଯେଉଁଠି କି ଲୋକେ ଦି ଓଳି ଦି ମୁଠା ଖାଇ ପାରୁନାହାନ୍ତି, ଆଉ ଏବେ ମୂଲ ମଜୁରୀ ବି ବନ୍ଦ ହୋଇଯାଇଛି lଏହାକୁ ଦୃଷ୍ଟିରେ ରଖି ୟୁଥ୍ ଅଫ କନ୍ଧମାଳର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି l ବର୍ତ୍ତମାନ ଆରମ୍ଭ ହୋଇଥିବା କରୋନାର ଦ୍ୱିତୀୟ ଲହରର ପ୍ରଥମ ସପ୍ତାହନ୍ତରେ ୟୁଥ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ ବାହାରକୁ ଯାଇ ପାରୁନଥିବା କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତିମେଣ୍ଡି ପଞ୍ଚାୟତ ରେ ଥିବା ବାଇକୁମ୍ପ, ତକଳି, କୁଟିଲାଝର, ଝାଡବଲସକୁମ୍ପl ଓ ଖାଲିବେରନା ଗ୍ରାମରେ ଏହି ଟିମ ପହଂଚି ଗ୍ରାମବାସୀ ମାନଙ୍କୁ ଖାଦ୍ୟ ପୁଡିଆ କରି ବଣ୍ଟନ କରିଥିଲେ lଏହି ବଣ୍ଟନ କାର୍ଯ୍ୟକ୍ରମରେ ୟୁଥ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ସମେତ ଅମରେଶ ଦନ୍ତ, ବଳରାମ ବିନ୍ଧାଣି , କରୁଣ ଭାଇ , ସୈାମ୍ୟଜିତ୍ ତ୍ରିପାଠୀ ଓ ଶିବ ସୁନ୍ଦର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ ର ହାତ ବଢ଼ାଇଥିଲେ।