
ହିଞ୍ଜିଳିକାଟୁ,୨୫/୪(ଜିଲ୍ଲା ଖଵର) : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ନୂଆ ମକର ଝୋଳ ଗ୍ରାମରେ ସକାଳ 5 ଘଣ୍ଟା ସମୟ ରେ ଅଚାନକ ଏକ କୁକୁଡ଼ା ଫାର୍ମ ଉପରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇ ବିପୁଳ ପରିମାଣ ର ନକଲି ବିଦେଶୀମଦ,ବିଦେଶୀ ମଦ ତିଆରି କରିବାକୁ ସମସ୍ତ ସାମଗ୍ରୀ କୁ ଜବତ କରି ତିନି ଜଣକୁ ଅଟକ ରଖିଥିବା ସୂଚନା ରହିଛି l ତେବେ ଜିଲ୍ଲା ର ଛତ୍ରପୁର ଓ
ହିଞ୍ଜିଳି ଅବକାରୀ ବିଭାଗ ମିଳିତ ରେ ଚଢ଼ାଉ କରି ୨୭ ପେଢି ସ୍ପିରିଟ ସହ, ସରକାରଙ୍କ ନକଲି ଲୋଗା, ବିଭିନ୍ନ ବ୍ରାଣ୍ଡ ର କାଚ ଓ ଲେବେଲ୍ ମିଶିନୀ ଜବତ କରିଥିବା ବେଳେ ଦୀର୍ଘ ଦିନ ଧରି ବେଆଇନ ଭାବେ ନକଲି ମଦ ପ୍ରସ୍ତୁତ ହେଉଥିବା ନେଇ ଅଭିଯୋଗ ପରେ ଅବକାରୀ ପକ୍ଷରୁ ଚଢ଼ାଉ ହୋଇ ଥିବା ଜଣା ପଡିଛି
ରଜନୀକାନ୍ତ ପାତ୍ର ହିଂଜିଳି କାଟୁ



