Tuesday, October 13, 2026
Home ଆଞ୍ଚଳିକ ସାନିଟାଇଜ ହେଲା ଶ୍ରୀମନ୍ଦିର ଭିତର ଓ ବାହାର ପରିସର

ସାନିଟାଇଜ ହେଲା ଶ୍ରୀମନ୍ଦିର ଭିତର ଓ ବାହାର ପରିସର

7

ପୁରୀ,୨୫/୦୪/୨୧(ଜିଲ୍ଲା ଖବର) :  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଇଛି ।  ପୂର୍ବ ନିଷ୍ପତ୍ତି ଅନୁଯାୟୀ  ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇ ସାନିଟାଇଜ କରାଯାଇଛି ଶ୍ରୀମନ୍ଦିର ।  ଅଗ୍ନିଶମ ବାହିନୀ ପୌର ସଂସ୍ଥା ଓ ଜିଲ୍ଲା ପ୍ରଶାସନ ଦ୍ୱାରା  ଶ୍ରୀମନ୍ଦିରର ଚାରିଦ୍ୱାର, ଜୋତାଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ଼ ଓ ଅନ୍ୟାନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଇଛି । ଆସନ୍ତା ମେ 15 ତାରିଖ ପର୍ଯ୍ୟନ୍ତ  ଶ୍ରୀମନ୍ଦିରର ଦର୍ଶନ ବନ୍ଦ ପାଇଁ ନିଷ୍ପତି ନିଆଯାଇଛି ।  ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ କାଲିଠାରୁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରସ୍ତୁତ ନୂଆ sop କୁ ଲାଗୁ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ 70 ଜଣ ଶ୍ରୀମନ୍ଦିର ସହ ଜଡିତ ସେବାୟତ, ଶ୍ରୀମନ୍ଦିର କର୍ମଚାରୀ କୋଭିଡ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି l ଆଜି ସପ୍ତାହନ୍ତ ସଟ୍ ଡାଉନ ଯୋଗୁଁ ସହର ସାରା କଟକଣା କଡାକଡି ଲାଗୁ କରାଯାଇଛି l ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ପେଟ୍ରୋଲିଙ୍ଗ ଓ ଚେକିଂ  ମଧ୍ୟ ଜାରିରହିଛି l