

ନୂଆଦିଲ୍ଲୀ : ସ୍ୱଚ୍ଛ ଭାରତ ପାଇଁ ପ୍ରୟାସ କରୁଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ପାଇଁ ପୁଣି ଥରେ ଏକ ଉଦାହରଣ ପ୍ରତିଷ୍ଠା କରିଛନ୍ତିଯେ ପରିବେଶକୁ ସଫା ରଖିବା ନେଇ ପ୍ରତ୍ୟେକ ବ୍ୟକ୍ତିବିଶେଷ ସେମାନଙ୍କର ଶ୍ରେଷ୍ଠ ପ୍ରୟାସ କରିବା ଆବଶ୍ୟକ ।
ମାମଲାପୁରମର ସମୁଦ୍ର ବେଳାଭୂମିରେ ପ୍ରାତଃଭ୍ରମଣ କରିବା ସମୟରେ ପ୍ରଧାନମନ୍ତ୍ରୀ ଆଜି ୩୦ ମିନିଟରୁ ଉର୍ଦ୍ଧ୍ଵ ସମୟ ଧରି ଅଳିଆ ଓ ପ୍ଲାଷ୍ଟିକ ସଫା କରିଥିଲେ । ପରେ ସେ ଟ୍ୱିଟ କରି କହିଥିଲେ, “ଆଜି ସକାଳେ ମାମଲାପୁରମର ସମୁଦ୍ର ବେଳାଭୂମିକୁ ସଫା କରିଥିଲି । ଏହା ପ୍ରାୟ ୩୦ ମିନିଟ ଲାଗିଥିଲା । ଏହି ଅଳିଆକୁ ଜେୟାରାଜ ନାମକ ଜଣେ ହୋଟେଲ କର୍ମଚାରୀଙ୍କୁ ପ୍ରଦାନ କରିଛି । ଆସନ୍ତୁ ଆମ ସାର୍ବଜନୀନ ସ୍ଥାନକୁ ସଫା-ସୁତୁରା ରଖିବା।ନିଶ୍ଚିତ କରିବା ଯେ ଆମେ ଯେପରି ଫିଟ ଓ ସୁସ୍ଥ ରହିବା ।”



