
ବ୍ରହ୍ମପୁର,୨୫/୦୪/୨୧(ଜିଲ୍ଲା ଖବର) : କୁକୁଡ଼ା ଫାର୍ମ ଚାଲିଛି ନକଲି ବିଦେଶୀ ମଦ କାରଖାନା। ନକଲି ଲୋକ ଲଗାଇ ବିକ୍ରି କରୁଛନ୍ତି ବିଦେଶୀ ମଦ।ଗଞ୍ଜାମ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ନୂଆ ମକର ଝୋଳ ଗ୍ରାମରେ ଥିବା ଏକ କୁକୁଡ଼ା ଫାର୍ମ ରେ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି । ବହୁ ପରିମାଣର ନକଲି ମଦ ସହ ନକଲି ଲୋଗ ଏବଂ ଲେବଲ ଠାବ କରାଯାଇଛି। ଅବକାରୀ ବିଭାଗ ଦ୍ଵାରା ଆକଳନ ପ୍ରକ୍ରିୟା ଜାରି ରହିଛି।



