Monday, November 16, 2026
Home ଆଞ୍ଚଳିକ STF କବ୍‌ଜାରେ ବାଘ ଛାଲ ଓ ହାତୀ ଦାନ୍ତ ସ୍ମଗଲର୍, ୨ ଗିରଫ

STF କବ୍‌ଜାରେ ବାଘ ଛାଲ ଓ ହାତୀ ଦାନ୍ତ ସ୍ମଗଲର୍, ୨ ଗିରଫ

27

ଭୁବନେଶ୍ୱର,୨୫/୦୪/୨୧(ଜିଲ୍ଲା ଖବର) : କ୍ରାଇମବ୍ରାଞ୍ଚ STF କବ୍‌ଜାରେ ବାଘ ଛାଲ ଓ ହାତୀ ଦାନ୍ତ ସ୍ମଗଲର୍ । ନୟାଗଡ଼ ମହାନଦୀ ପଠା ମା କଳପଟା ମନ୍ଦିର ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ ଓ ୨ଟି ହାତୀ ଦାନ୍ତ ଜବତ ହୋଇଛି । ଏହାସହ ଏଥିରେ ୨ ଗିରଫ ହୋଇଥିବା ଜଣାପଡ଼ିଛି । ଜବତ ହାତୀ ଦାନ୍ତ ଓ ବାଘ ଛାଲକୁ ଯାଞ୍ଚ ପାଇଁ ଡେରାଡୁନ ପଠାଯିବା ନେଇ ସୂଚନା ରହିଛି । ଗିରଫ ୨ଜଣ ହେଲେ ଚକ୍ରଗଡ଼ର ରମେଶ ପ୍ରତିହାରୀ ଓ ବେଠିଆସାହିର ବିମ୍ବାଧର ତରାଇ । ଉଭୟଙ୍କୁ ଗିରଫ କରାଯାଇ ଏସିଟିଏଫ ମାମଲା ରୁଜୁ କରିଛି । ଜବତ ବାଘଛାଲ ଓ ହାତୀ ଦାନ୍ତକୁ କେମିକାଲ ଏକଜାମିନେସନ ପାଇଁ ଡେରାଡୁନ ସ୍ଥିତ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ପଠାଯିବ । ଏବେ ମାମଲାର ତଦନ୍ତ ଜାରି ରହିଛି । ବର୍ଷକ ମଧ୍ୟରେ ଏସଟିଏଫ ୧୩ଟି ବାଘଛାଲ ଜବତ କରିଥିବା ବେଳେ ୯ଟି ହାତୀଦାନ୍ତ, ୨ଟି ହରିଣ ଛାଲ, ୩ଟି ଜୀବନ୍ତ ବଜ୍ରକାପ୍ତା ଏବଂ ୫ଟି ବଜ୍ରକାପ୍ତା କାତି ଜବତ କରିଛି । ୨୭ ବନ୍ୟପ୍ରାଣୀ ଅପରାଧୀ ଗିରଫ ହୋଇଥିବା ବେଳେ ମୋଟ ୧୫ଟି କେସ ରୁଜୁ କରାଯାଇଛି ।