Sunday, October 11, 2026
Home ଆଞ୍ଚଳିକ କାକଟପୁର ଜଳେଶ୍ୱରପଡ଼ାରେ ଭୟାବହ ଅଗ୍ନିକାଣ୍ଡ, 7 ଗାଈ ଜୀବନ୍ତଦଗ୍ଧ

କାକଟପୁର ଜଳେଶ୍ୱରପଡ଼ାରେ ଭୟାବହ ଅଗ୍ନିକାଣ୍ଡ, 7 ଗାଈ ଜୀବନ୍ତଦଗ୍ଧ

6

ପୁରୀ ,୨୫/୦୪/୨୧(ଜିଲ୍ଲା ଖବର) : ପୁରୀ କାକଟପୁର ଜଳେଶ୍ୱରପଡ଼ା କରୁଣା ଗାଁରେ ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି  7 ଗାଈ ଜୀବନ୍ତଦଗ୍ଧ ଓ 3 ଗାଈ ଗୁରୁତର । ଗ୍ରାମର ମୁରଲୀ ଜେନାଙ୍କ ଗୁହାଳରେ ହଠାତ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଘଟଣା ପ୍ରଘଟ ହେବା ପୂର୍ବରୁ ଗୁହାଳରେ ଥିବା 7ଟି ଗାଇ ଜୀଅନ୍ତା ଜଳିଯାଇଛନ୍ତି । ପରେ ଅଗ୍ନିଶମ ବିଭାଗ ଦ୍ବାରା ନିଆଁକୁ ଆୟତ୍ତ କରାଯାଇଛି ।