
ଭୁବନେଶ୍ୱର, ୨୫/୦୪/୨୧(ଜିଲ୍ଲା ଖବର): ଆସିଲାନି ଆମ୍ବୁଲାନ୍ସ , ବାଇକରେ ବୁହାହେଲେ କୋଭିଡ ରୋଗୀ । ବରଗଡ଼ ପଦ୍ମପୁର ଉପଖଣ୍ଡ ଇଚ୍ଛାପାଲି ଗ୍ରାମରୁ ଆସିଲା ଅଭାବନୀୟ ଦୃଶ୍ୟ । ଗ୍ରାମର ଦୁଷ୍ମନ୍ତ ପଧାନ ଆଠ ଦିନ ତଳେ କୋଭିଡ ପଜିଟିଭ ହୋଇ କ୍ୱାରେଣ୍ଟାଇନରେ ଥିଲେ । ହଠାତ ଅସୁସ୍ଥତା ଅନୁଭବ କରିବା ପରେ ଘରଲୋକେ ତାଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଦୀର୍ଘ ୩ ଘଣ୍ଟା ପରେବି ଆମ୍ବୁଲାନ୍ସ ନ ପହଞ୍ଚିବାରୁ ତାଙ୍କ ବାପା ଓ ଆଉ ଜଣେ ମୋଟର ସାଇକେଲ ମାଧ୍ୟମରେ ଚିକିତ୍ସାଳୟକୁ ଆସିଥିଲେ ।


