
୨୫/୦୪/୨୧(ଜିଲ୍ଲା ଖବର) : ରାଜ୍ୟରେ ଆଜି ଆଉ 7 ମୁଣ୍ଡ ନେଲା କୋରୋନା । ରାୟଗଡା 2 , ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ, ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା 1988ରେ ପହଞ୍ଚିଛି । ଗତ 4 ଦିନ ମଧ୍ୟରେ 30 ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ଆଜି ରାଜ୍ୟରେ ସଂକ୍ରମଣ ହାର ସାମାନ୍ୟ କମିଛି । ଗତ ୨୪ ଘଣ୍ଟାରେ ୬୧୧୬ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୫୪୬ ଚିହ୍ନଟ ହୋଇଥିବା ବେଳେ ୨୫୭୦ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ଏହା ସହ ଗତ ୨୪ଘଣ୍ଟା ଭିତରେ ୪୩୭୫୬ ନମୂନା ପରୀକ୍ଷଣ ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୫ ପଜିଭିଟ୍ ଚିହ୍ନଟ ହୋଇଛନ୍ତି ।


