ପୁଣି ସମ୍ନାକୁ ଆସିଲା ଭୋକର ବିକଳ ଚିତ୍ର, ଡଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଉଛନ୍ତି ମହିଳା

12

ଝାରସୁଗୁଡା, ୨୫/୦୪/୨୧(ଜିଲ୍ଲା ଖବର):  ଝାରସୁଗୁଡାରୁ ଆସିଲା  ଭୋକର ବିକଳ ଚିତ୍ର । ମୁଖ୍ୟ ଚିକିତ୍ସାଳୟ ଭିତରେ ଜଣେ ବ୍ୟକ୍ତି ଡ଼ଷ୍ଟବିନରୁ ଖାଦ୍ୟ ଗୋଟେଇ ଖାଉଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।  ଅଚିହ୍ନା ଓ ଅଲୋଡା ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ୱାର୍ଡରେ ରହୁଥିବା ଜଣେ ମାନସିକ ରୋଗୀ ଖାଇବା ପାଇଁ ଏଭଳି  ବିକଳ ହେଉଛନ୍ତି । ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଇଛି । ପୂର୍ବରୁମାଲକାନଗିରିରୁ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ରାସ୍ତାରୁ ଖାଦ୍ୟ ଗୋଟାଇ ବୃଦ୍ଧା ଜଣଙ୍କ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଥିଲା । ସୁନ୍ଦରଗଡ କୋଇଡାରୁ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା  ।  ଯେଉଁଠି ଗୋଟିଏ କୁନି ପିଲା ଅଇଁଠାପତ୍ର ଚାଟୁଥିଲା । କିନ୍ତୁ ସେଥିରେ କିଛି ଖାଦ୍ୟ ବି ନଥିଲା । ରାଜ୍ୟରେ ବାରମ୍ବାର ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବାବେଳେ ସରକାରଙ୍କ ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି  ।