
ଖୋର୍ଦ୍ଧା,୨୪/୪(ଜିଲ୍ଲା ଖଵର) : ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହର ବାସି ଙ୍କ ପାଇଁ ଆରମ୍ଭ ବିଭିନ୍ନ ସେବା ପ୍ରଦାନ କାରୀ ସୁବିଧା ଗୋଟିଏ ପରେ ଗୋଟିଏ ବନ୍ଦ ହୋଇଚାଲିଚି। ଯାହା ଦ୍ଵାରା ଜଟଣୀ ପୌରପରିଷଦ ତାର ମୂଳ ଉଦ୍ଦେଶ୍ୟ ରୁ ଦୂରେଇ ଯାଉଥିବା ଲୋକେ ଅନୁଭବ କଲେଣି।ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟ ରେ ୧୯୮୩ ମସିହା ରେ ପୂର୍ବତନ କାଉନସିଲର ସ୍ବର୍ଗତ ପ୍ରଶାନ୍ତ ପରିଜାଙ୍କ ପ୍ରଚେଷ୍ଟା ରେ ଜଟଣୀ ପୌରାଞ୍ଚଳ ରେ ଏକ ଡିସ୍ପେନସାରୀ ପ୍ରତିଷ୍ଠା କରାଯାଇଥିଲା। ସ୍ଥାନୀୟ ରାଜା ବଜାର ଅଞ୍ଚଳ ରେ ପୁରୀ ଶ୍ରୀ ମନ୍ଦିର ପ୍ରଶାସନ ର ଥିବା ଘରେ ଏହି ଚିକିତ୍ସାଳୟ ଚାଲିଥିଲା। ଜଣେ ଡାକ୍ତର ଙ୍କ ସହିତ ଜଣେ ଫାର୍ମାସିଷ୍ଟ, ଦୁଇ ଜଣନର୍ସ ନିଯୁକ୍ତି ପାଇଥିଲେ। ହେଲେ ଦୂରଦୃଷ୍ଟି ଅଭାବ ରୁ ଏହା ୨୦୦୮ ମସିହା ରୁ ବନ୍ଦ କରି ଦିଆଯାଇଛି। ଡାକ୍ତର ମିଳୁନଥିବା ଏହା ସ୍ବାସ୍ଥ୍ୟ ବିଭାଗ ର କାର୍ଯ୍ୟ କହି ବିଭିନ୍ନ ବାହାନା ଦେଖାଇ ଏଠାରେ କାର୍ଯ୍ୟରତ କର୍ମଚାରୀ ଙ୍କୁ ଅନ୍ୟ କାର୍ଯ୍ୟରେ ନିୟୋଜିତ କରିଦିଆଯାଇଛି।
ରୀପୋର୍ଟ ,ସଞ୍ଜୀବ କୁମାର
୧୩ ବର୍ଷ ହେବ ଏହା ବନ୍ଦ ହୋଇ ଏବେ ଜରାଜୀରଣ୍ଣ ଅବସ୍ଥାରେ। ଫଳରେ ସ୍ଥାନୀୟ ଲୋକେ ଏଠାରୁ ପାଉଥିବା ସ୍ବାସ୍ଥ୍ୟ ସେବା ରୁ ବଞ୍ଚିତ ହେଲେ ଗର୍ଭବତି ମହିଳାଙ୍କୁ ଚିକିତ୍ସା ସୁଭିଦା ଓ ସ୍ବାସ୍ଥ୍ୟ ସମ୍ବନ୍ଧିତ ପରାମର୍ଶ ଦେବା ପାଇଁ ସ୍ଥାନୀୟ ମାତୃ ମଙ୍ଗଳ କେନ୍ଦ୍ର ମଧ୍ୟ ଦୀର୍ଘ ବର୍ଷ ହେବ ବନ୍ଦ ହୋଇ ପଡ଼ିରହିଛି।
ଏପରି ଜନମଙ୍ଗଳ କାର୍ଯ୍ୟରୁ ପୌରପରିଷଦ କାହିଁକି ଦୂରେଇ ଯାଉଚି ସାଧାରଣ ରେ ଏବେ ଆଲୋଚନା ସୃଷ୍ଟି କରିଛି ଏହାକୁ ପୁନଃ ଉଦ୍ଧାର କରାଗଲେ ସ୍ଥାନୀୟ ଲୋକେ ଉପକାର ପାଇପାରନ୍ତେ।


