
ଚନ୍ଦ୍ରପୁର,୨୪/୪(ଜିଲ୍ଲା ଖଵର) : କରୋନା ସଂକ୍ରମଣ ର ଦ୍ୱିତୀୟ ଲହର ଦ୍ରୁତଗତି ରେ ବଢୁ ଥିବା ବେଳେ ରାଜ୍ୟ ସରକାର ଙ୍କ ନିର୍ଦେଶ ଏବଂ ଜିଲ୍ଲାପ୍ରଶାସନ ର ନିଷ୍ପତ୍ତି ଅନୁଯାୟୀ ଆଜି ସାରା ରାୟଗଡା ଜିଲ୍ଲାରେ ଜରୁରୀ ସେବା କୁ ବାଦ ଦେଇ ସମସ୍ତ ଦୋକାନ, ଗାଡି ଚଲାଚଳ ଏବଂ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି ପୋଲିସ ଏବଂ ତହସିଲ ର ବହୁ ପଦସ୍ତ ଅଧିକାରୀ ବିଭିନ୍ନ ଜାଗାରେ ସଜାଗ ରହି କଡାକଡି ପହରା ଦେଉଥିବା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ୮ ଟି ପଞ୍ଚାୟତ ଡାଙ୍ଗସୋରଡ଼ା, ହନମନ୍ତ ପୁର, ଟୁରୀଗୁଡା, ପିସ୍କାପାଙ୍ଗl ବୁଦୁବାଲି,ସlର୍କିମା ଏବଂବିଜlପୁର ପଞ୍ଚାୟତ କୁ ସରକାର ଙ୍କ ନିର୍ଦେଶ ଅନୁଯାୟୀ କୋଭିଡ ନିୟମ କୁ କଡାକଡି ଭାବେ ପାଳନ କରାଯାଇ ଥିବା ଜଣାପଡିଛି ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ଅନୁରୋଧ କରାଯାଇଛି ଆଜି ରାୟଗଡା ଜିଲାରେ 116 ଜଣ ଘାତକ କରୋନା ରେ ସଂକ୍ରମଣ ହୋଇଥିବା ବେଳେ ଉଭୟ ପୌରାଞ୍ଚଳ ରେ ଏହି ସଂକ୍ରମଣ ହାର ଅଧିକା ଥିବା ଜଣାପଡିଛି ତେଣୁ ଲୋକଙ୍କୁ ସାମାଜିକ ଦୂରତା ସହ ମାସ୍କ ଏବଂ ସାବୁନ ରେ ହାତକୁ ବାରମ୍ବାର ଧୋଇବା ପାଇଁ ପ୍ରଶାସନ ତରଫରୁ ନିବେଦନ କରାଯାଇଛି ଆସନ୍ତା କାଲି ମଧ୍ୟ ଏହି କୋଭିଡ ନିୟମ କୁ କଡାକଡି ଭାବେ ପାଳନ କରାଯିବ ବୋଲି ଚନ୍ଦ୍ରପୁର ଥାନା ଅଧିକାରୀ ଶ୍ରୀ ମୁକୁନ୍ଦଦେବ ନାୟକ ଡାଙ୍ଗାସୋରଡ଼ା ଫାଣ୍ଡି ଏସ ଆଇ ଧନୁର୍ଜୟ ଦଳେଇ ଓ ଚନ୍ଦ୍ରପୁର ତହସିଲଦାର ଶ୍ରୀ ଲଷ୍ମୀ ନାରାୟଣ ସାବତ ସୂଚନା ଦେଇଛନ୍ତି ଏବଂଏଥିରେ ତହସିଲ କର୍ମଚାରୀ, ପୋଲିସ ସମେତ ଅମାନିଆ ଙ୍କୁ ସାବାଡ କରାଯିବ ବୋଲି ଜଣାଇଛନ୍ତି ।


