
ବିଷମକଟକ,୨୪/୪(ଜିଲ୍ଲା ଖଵର) : କରୋନା ସଂକ୍ରମଣ ର ଦ୍ୱିତୀୟ ଲହର ଦ୍ରୁତଗତି ରେ ବଢୁ ଥିବା ବେଳେ ରାଜ୍ୟ ସରକାର ଙ୍କ ନିର୍ଦେଶ ଏବଂ ଜିଲ୍ଲାପ୍ରଶାସନ ର ନିଷ୍ପତ୍ତି ଅନୁଯାୟୀ ଆଜି ସାରା ରାୟଗଡା ଜିଲ୍ଲାରେ ଜରୁରୀ ସେବା କୁ ବାଦ ଦେଇ ସମସ୍ତ ଦୋକାନ, ଗାଡି ଚଲାଚଳ ଏବଂ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି ପୋଲିସ ଏବଂ ଜିଲ୍ଲାପ୍ରଶାସନ ର ବହୁ ପଦସ୍ତ ଅଧିକାରୀ ବିଭିନ୍ନ ଜାଗାରେ ସଜାଗ ରହି କଡାକଡି ପହରା ଦେଉଥିବା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାପାଳ ସରୋଜ ମିଶ୍ର ଏବଂ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଙ୍କ ନିର୍ଦେଶ ଅନୁଯାୟୀ କୋଭିଡ ନିୟମ କୁ କଡାକଡି ଭାବେ ପାଳନ କରାଯାଇ ଥିବା ଜଣାପଡିଛି ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ଅନୁରୋଧ କରାଯାଇଛି ଆଜି ରାୟଗଡା ଜିଲାରେ 116 ଜଣ ଘାତକ କରୋନା ରେ ସଂକ୍ରମଣ ହୋଇଥିବା ବେଳେ ଉଭୟ ପୌରାଞ୍ଚଳ ରେ ଏହି ସଂକ୍ରମଣ ହାର ଅଧିକା ଥିବା ଜଣାପଡିଛି ତେଣୁ ଲୋକଙ୍କୁ ସାମାଜିକ ଦୂରତା ସହ ମାସ୍କ ଏବଂ ସାବୁନ ରେ ହାତକୁ ବାରମ୍ବାର ଧୋଇବା ପାଇଁ ପ୍ରଶାସନ ତରଫରୁ ନିବେଦନ କରାଯାଇଛି ଆସନ୍ତା କାଲି ମଧ୍ୟ ଏହି କୋଭିଡ ନିୟମ କୁ କଡାକଡି ଭାବେ ପାଳନ କରାଯିବ ବୋଲି ଗୁଣୁପୁର ଥାନା ଅଧିକାରୀ ମନୋଜ ବେହେରା ସୂଚନା ଦେଇଛନ୍ତି ଏବଂ ଅମାନିଆ ଙ୍କୁ ସାବାଡ କରାଯିବ ବୋଲି ଜଣାଇଛନ୍ତି ।



