
ଖୋର୍ଦ୍ଧା,୨୪/୪(ଜିଲ୍ଲା ଖଵର) : ଖୋର୍ଦ୍ଧାରୋଡ ରେଳଷ୍ଟେସନରୁ ବିପୁଳ ପରିମାଣର ଚୋରା ଗଜେଂଇକୁ ଜବତ କରିଛି ଖୋର୍ଦ୍ଧାରୋଡ ପୁଲିସ । ଶୁକ୍ରବାର ଅପରାହ୍ନରେ ରାଜ୍ୟ ବାହାରକୁ ଚାଲାଣ କରୁଥିବା ଅଭିଯୁକ୍ତ ଗିରଫ ହୋଇଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି । ସୁଚନାନୁସାରେ, ଗଜାଂମଜିଲା ଦିଗପହଣ୍ଡି ଅଂଚଳର ବଛା ସାଗର ନାମକ ଜଣେ ଯୁବକ ଏବଂ ଏହାର ଅନ୍ୟଜଣେ ସାଙ୍ଗ ମିଶି ଏକ ବାଇକରେ ଗଜାଂମଜିଲା ମୋହନାରୁ ଜଟଣୀର ଖୋର୍ଦ୍ଧାରୋଡ ଷ୍ଟେସନରେ ଶୁକ୍ରବାର ଅପରାହ୍ନରେ ପହଁଚିଥିଲେ । ବଛା ସାଗରକୁ ତାହାର ସହଯୋଗୀ ଷ୍ଟେସନଠାରେ ଓହ୍ଲାଇ ନିଜ ଗ୍ରାମକୁ ଫେରିଯାଇଥିଲା । ଅପରାହ୍ନଠାରୁ ବଛା ସାଗର ଏକ ବ୍ୟାଗକୁ ଧରି ସନ୍ଦେହଜନକ ଭାବେ ବୁଲାଚଲା କରୁଥିଲା । ଏଣେ ଯୁବକଟି ବ୍ୟାଗକୁ ଧରି ବିଚଳିତ ହେବା ସହିତ ଚାରିଆଡେ ଘୁରିବୁଲିବାଭଳି ସ୍ଥିତିକୁ ଦେଖି ଖୋର୍ଦ୍ଧାରୋଡ ଜିଆରପି ପୁଲିସର ଏକଟିମ ଉକ୍ତ ଯୁବକକୁ ଅଟକାଇ ପଚରାଉଚରା କରିଥିଲା । ସେ ଆହୁରୀ ବିଚଳିତ ହେବା ସହିତ ସେଠାରୁ ଖସିପଳାଇବାକୁ ଉଦ୍ୟମ କରିବାପରେ ପୁଲିସର ସନ୍ଦେହ ଯାତହୋଇ ତଦନ୍ତ ଆରମ୍ଭ କରିଥିଲା । ଏଥିରେ ପୁଲିସ ତା ନିକଟରେ ଥିବା ବ୍ୟାଗକୁ ଯାଂଚ କରିବାପରେ ସେଥିରେ ୧୬କିଲୋ ଗଜେଂଇ ଥିବା ଦେଖିବାକୁ ମିଳିଥିଲା । ଏନେଇ ପୁଲିସ ଅଭିଯୁକ୍ତକୁ ଗିରଫକରି ଆହୁରୀ ତଦନ୍ତ କରିଥିଲା । ଜବତ ଗଜେଂଇକୁ ଅଭିଯୁକ୍ତ ଜଣକ ସୁରାଟ ନେଇଯାଉଥିଲା । ସେଠାରେ କିଲୋପ୍ରତି ୨୦ରୁ ୨୫ ହଜାର ଟଙ୍କାରେ ବିକ୍ରୀ କରିବାକୁ ଯୋଜନା ହୋଇଥିବା ଯୁବକ ଜଣକ ନିଜ ପ୍ରତିକ୍ରୀୟାରେ କହିଥିଲା । ଏନେଇ ଖୋର୍ଦ୍ଧାରୋଡ ଜିଆରପି ପୁଲିସ କେଶନଂ ୪୪/୨୧ରେ ମାମଲା ରୁଜୁକରି ଆଜି କୋର୍ଟ ଚାଲାଣ କରିଛି ।
ରୀପୋର୍ଟ ,ସଞ୍ଜୀବ କୁମାର


