
କୋଦଳା,୨୪/୪(ଜିଲ୍ଲା ଖଵର) : ଦିନକୁ ଦିନ ରାଜ୍ୟରେ ପୁଣି ଥରେ କରୋନା ର ଦ୍ୱିତୀୟ ଲହରର ସଂକ୍ରମଣ ବଢୁଥିବା ବେଳେ କରୋନା ପଜିଟିଭ ଙ୍କ ସଂଖ୍ୟା ମଧ୍ୟ ଦୃତ ଗତିରେ ବୃଦ୍ଧି ପାଉଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରଥମେ ନାଇଟ କର୍ଫ୍ୟୁ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ସବୁ ଶନିବାର ଏବଂ ରବିବାର ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି।ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଓ ବେଗୁନିଆପଡ଼ା ଠାରେ ମଧ୍ୟ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କରୋନା ମୁକାବିଲା କରିବା ଲାଗି ସବୁ ପ୍ରକାରର ପ୍ରସ୍ତୁତି ହୋଇଛି । କୋଦଳା ପୋଲିସ ତରଫରୁ କଡାକଡି ଚେକିଂ ମଧ୍ୟ ଜାରି ରହିଛି।
ତେବେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦେଶ କ୍ରମେ ସକାଳ ୫ଟାରୁ ୬ଟା ଘଂଟାଏ କୋହଳ କରାଯାଇଛି ସଟଡାଉନ। କାହିଁକି ନା ପ୍ରାତଃ ଭ୍ରମଣ ଓ ବ୍ୟାୟମ ପାଇଁ ଲୋକମାନେ ମର୍ଣ୍ଣିଂୱାକ୍, ଜଗିଂ ଓ ସାଇକେଲିଂ କରିପାରିବେ। ଏତତ ବ୍ୟତୀତ
ଅତ୍ୟାବଶ୍ୟକ ଜରୁରୀକାଳୀନ ସେବାର କର୍ମଚାରୀ ,ସାମ୍ବାଦିକଙ୍କ ସହ ଟ୍ରେନ ଓ ଏୟାରପୋର୍ଟକୁ ଯାତ୍ରା କରୁଥିବା ଯାତ୍ରୀ ମାନେ ସେମାନଙ୍କ ସଠିକ ଟିକଟ ଦେଖାଇ ଯାତାୟତ କରିପାରିବେ।



