Wednesday, November 18, 2026
Home ଆଞ୍ଚଳିକ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଓଡିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

24

କୋଦଳା୨୪/୪(ଜିଲ୍ଲା ଖଵର) : କୋଦଳା ସ୍ଥିତ ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଶୁକ୍ରବାର ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଅନୁକୂଲ୍ୟରେ ବିଜୁ ବାବୁଙ୍କ ୨୪ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କବିସୁର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବା ବେଳେ ଜୀବନ ବିନ୍ଦୁ ର ଜିଲ୍ଲା ସଂଯୋଜକ ସୁବାସ ମହାରଣା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ ଅତିଥି ଭାବେ ଯୋଗଦେଇ ଥିଲେ । ବେଗୁନିଆପଡ଼ା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା ଓ ଏନ ଏ ସି ସଭାପତି ସଂଜୀବ କୁମାର ସାହୁ ଙ୍କ ସହ ଅନ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ ସୂଚନା ଅନୁଯାୟୀ ବ୍ରହ୍ମପୁର ଏମ.କେ.ସି. ଜି ର ରକ୍ତ ଭଣ୍ଡାର କର୍ମଚାରୀନଙ୍କ ସହଯୋଗରେ ୬୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି |