
ବାଲିଗୁଡା,୨୪/୪{ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ମହାମାରୀ କରୋନା ସଂକ୍ରମଣ ର ମୁକାବିଲା ପାଇଁ ରାଜ୍ୟ ସରକାର ଙ୍କ ଘୋଷଣା ଅନୁଯାଇ ରାତ୍ରି କାଳିନ କର୍ଫ୍ୟୁ
ବଳବତ୍ତର ରହିବା ସହିତ ଶନିବାର ଓ ରବିବାର ଦୁଇଦିନ ସଟଡାଉନ ଘୋଷଣା କରାଯାଇଛି | 23 ତାରିଖ ରାତ୍ର 9 ଘଣ୍ଟା ଠାରୁ ପାରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଏହି ସଟଡାଉନ ଜାରି ଜରାଯାଇଛି | ଏହାଦ୍ୱାରା ସରକାରୀ ଓ ବେସରକାରୀ ବସ ଚଳାଚଳ କୁ ନିଷିଦ୍ଧ କରାଯାଇଛି | କେବଳ ସ୍ୱାସ୍ଥ୍ୟ ସେବା, ଅତ୍ୟାବଶ୍ୟକ ସାମଗ୍ରୀ କୁ ଛାଡିଦେଲେ ଅନ୍ୟସବୁ ଉପରେ କଟକଣା ଜାରି କରାଯାଇଛି ବାଲିଗୁଡା ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଜନସାଧାରଣ ଙ୍କୁ ନିବେଦନ କରାଯାଇଛି | ସହରରେ ରାଜ୍ୟ ସରକାର ଙ୍କ ନିର୍ଦେଶ କ୍ରମେ କରୋନା ସଂକ୍ରମଣ ରୋକିବା କୁ ଦୁଇ ଦିନିଆଁ ସଟଡାଉନ ବଳବତ୍ତର ରହିଛି | ଏହି ସମୟରେ ଘରୁ ପଦାକୁ ନ ବାହାରିବାକୁ ଜନ ସାଧାରଣଙ୍କୁ ନିର୍ଦେଶ ଜାରି କରାଯାଇଛି | କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବାକୁ କଟକଣା କରାଯାଇଛି | ପୋଲିସ ପ୍ରଶାସନ ଓ ତହସିଲଦାର ଶଶାଙ୍କ ଶେଖର ପାତ୍ର ସହର ବୁଲି ତଦାରଖ କରୁଛନ୍ତି ।


