Friday, November 13, 2026
Home ଆଞ୍ଚଳିକ ସାନିଟାଇଜ ହେଲା ବସଷ୍ଟାଣ୍ଡ ପରିସର ଓ ଶୌଚାଳୟ

ସାନିଟାଇଜ ହେଲା ବସଷ୍ଟାଣ୍ଡ ପରିସର ଓ ଶୌଚାଳୟ

83

ବାଲିଗୁଡା,୨୪/୪{ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡ ପରିସରରେ ଥିବା ଶୌଚାଳୟ ମାଇକ୍ରୋକଣ୍ଟନ ମେଣ୍ଟ ଜୋନକୁ ଆଜି ସାନିଟାଇଜ କରାଯାଇଛି। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ତରଫରୁ ଶନିବାର ଦିନ ବସଷ୍ଟାଣ୍ଡ ଶୌଚାଳୟ, ବସଷ୍ଟାଣ୍ଡ, ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି।ସାନିଟାଇଜ ହେଲା ବସଷ୍ଟାଣ୍ଡ ପରିସର ଓ ଶୌଚାଳୟ ସାନିଟାଇଜ ହେଲା ବସଷ୍ଟାଣ୍ଡ ପରିସର ଓ ଶୌଚାଳୟ ଅଗ୍ନିଶମ ବିଭାଗର ଗୋଟିଏ ଗାଡିରେ ସୋଡିୟମ ହାଇପୋକ୍ଲୋରାଇଡ଼ କେମିକାଲ ଯୁକ୍ତ ପାଣି ସ୍ପ୍ରେ କରାଯାଇଛି। କେନ୍ଦ୍ରାଧିକାରି ଦମକଳ କେନ୍ଦ୍ର, ବାଲିଗୁଡାର ସୂର୍ଯ୍ୟ ନାରାୟଣ ଭୋଇଙ୍କ ତତ୍ତ୍ୱାବଧାନରେ ବାଲିଗୁଡା ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ଏଥିରେ ସାମିଲ ହୋଇଥିଲେ। ସେମାନେ ହେଲେ ଭବାନୀ ଶଙ୍କର ଗୌଡ଼, ପ୍ରହ୍ଲାଦ ବେହେରା, ଫିରୋଜ କୁମାର ନାୟକ, ଦିଲୀପ କୁମାର ମହାରଣା |