Monday, November 16, 2026
Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟ ହିନ୍ଦୀ ଛାତ୍ରୀ ଶ୍ରେଷ୍ଠ ସ୍ନାତକ କଳା ରେ ଗୋଲ୍ଡ ମେଢାଲ

ଆସିକା ବିଜ୍ଞାନ ମହାବିଦ୍ୟାଳୟ ହିନ୍ଦୀ ଛାତ୍ରୀ ଶ୍ରେଷ୍ଠ ସ୍ନାତକ କଳା ରେ ଗୋଲ୍ଡ ମେଢାଲ

39

ଆସିକା,୨୩/୪(ଜିଲ୍ଲା ଖଵର) : ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଆନୁଷ୍ଠାନିକ ସମାବର୍ତ୍ତନ ଉତ୍ସବରେ ଭାଇସ୍ ଚାନ୍ସଲର ପ୍ରୋଫେସର ଗୋବିନ୍ଦ ଜେ. ଚକ୍ରପାଣିଙ୍କ ଦ୍ବାରା ଆସିକା ବିଜ୍ଞାନ ମହାବିଦ୍ୟାଳୟର ଜନୈକ ହିନ୍ଦୀ ଛାତ୍ରୀ ସୁଶ୍ରୀ ଅପସାନା ଖାତୁନ୍ ଙ୍କୁ ଶ୍ରେଷ୍ଠ ସ୍ନାତକ କଳା, ୨୦୧୯ ବର୍ଷ ପାଇଁ ଗୋଲ୍ଡ ମେଡାଲ ମିଳିଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସୁଶ୍ରୀ ଖାତୁନ୍ ଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ସେ ଗଞ୍ଜାମ ଜିଲ୍ଲା ପୋଲସରା ନିବାସୀ ଶ୍ରୀ ସାଜିଦ୍ ଖାନ୍ ଏବଂ ଶ୍ରୀମତୀ ସମିନା ଖାତୁନଙ୍କ ସୁକନ୍ୟା ଅଟନ୍ତି। ସେ ଏହି ସଫଳତାର ଶ୍ରେୟ ମହାବିଦ୍ୟାଳୟର ଦିବଙ୍ଗତ ହିନ୍ଦୀ ରିଡର ଡ.ଶେଖ୍ ସଈଦ ଏବଂ ହିନ୍ଦୀ ଅଧ୍ୟାପକ ଶ୍ରୀ ରାଜେଶ୍ କୁମାର ସାହୁ ତଥା ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ଅର୍ପଣ କରିଛନ୍ତି। ଉଭୟ ହିନ୍ଦୀ ସାରଙ୍କ ବଳିଷ୍ଠ ତତ୍ତ୍ବାବଧାନ ଏବଂ ନିଜର ଅଧ୍ୟବସାୟରେ ଏହା ସମ୍ଭବପର ହୋଇପାରିଛି ବୋଲି ସେ କହିଛନ୍ତି। ସୁଶ୍ରୀ ଖାତୁନ୍ ଉକ୍ତ ମହାବିଦ୍ୟାଳୟ ଶୈକ୍ଷିକ ବାତାବରଣ ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି। ସଂପ୍ରତି ସୁଶ୍ରୀ ଖାତୁନ୍ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟରେ ହିନ୍ଦୀ ସ୍ନାତକୋତ୍ତରରେ ଅଧ୍ୟୟନରତ।ଲଗାତାର ଦୀର୍ଘ ନଅ ବର୍ଷ ଧରି ଉକ୍ତ ମହାବିଦ୍ୟାଳୟ ହିନ୍ଦୀ ବିଭାଗରୁ ହିନ୍ଦୀରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଟପ୍ପର ହୋଇଆସୁଛନ୍ତି। ଆଗାମୀ ଭବିଷ୍ୟତରେ ମଧ୍ୟ ହିନ୍ଦୀ ବିଭାଗ ମୁଖ୍ୟ ଯିନିତ୍ ସବା, ଅଧ୍ୟାପକ ରାଜେଶ୍ କୁମାର ସାହୁ ଏବଂ ଅଧ୍ୟାପିକା ଏ. ଲକ୍ଷ୍ମୀ ଦୋରାଙ୍କ ପ୍ରେରଣାରେ ହିନ୍ଦୀ ଛାତ୍ର ଛାତ୍ରୀଙ୍କ ପାଇଁ ଏହି ପ୍ରକ୍ରିୟା ଜାରୀ ରହିବ ଏବଂ ଉଚିତ୍ ମାର୍ଗ ମିଳିବାରେ ଯତ୍ନବାନ ରହିବେ ବୋଲି ଆଶା କରାଯାଉଛି।ତେଣୁ ମହାବିଦ୍ୟାଳୟରେ ହିନ୍ଦୀ ସ୍ନାତକୋତର ପାଠ୍ୟକ୍ରମର ଶୁଭାରମ୍ଭ ହୋଇପାରିଲେ ହିନ୍ଦୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୟଳମୟ ହୋଇପାରିବ ବୋଲି ଆସିକା ଅଞ୍ଚଳର ହିନ୍ଦୀ ବିଦ୍ୟାର୍ଥୀ ମହଲରେ ଆଗ୍ରହର ଆଲୋଡନ ସୃଷ୍ଟି କରିଛି। ପ୍ରକାଶ ଥାଉ କି, ୨୦୧୯ ବର୍ଷର ଏହି ମେଡାଲଟି କୋଭିଡ୍-୧୯ ପାଇଁ ସ୍ଥଗିତ ଥିଲା। ତେଣୁ ଏହା ଚଳିତ ବର୍ଷ ପ୍ରଦାନ କରାଯାଇଛି।