
ନୂଆଦିଲ୍ଲୀ, ୨୪/୦୪/୨୧ (ଜିଲ୍ଲା ଖବର) : କରୋନାକୁ ନେଇ ଏବେ ସମସ୍ତେ ଆତଙ୍କିତ । ସମସ୍ତଙ୍କ ଭିତରେ ଭୟର ବାତାବରଣ । କାହିଁକି ନାଁ , କରୋନାର ଦ୍ୱିତୀୟ ଲହରୀ ଏବେ ଜନଜୀବନକୁ ଏକଦମ୍ ଅସ୍ତବ୍ୟସ୍ତ କରି ପକାଉଛି । ଏସବୁକୁ ଦୃଷ୍ଟିରେ ରଖି ସରକାର କରୋନା ନିୟମକୁ କଡାକଡି କରିଛନ୍ତି । ଅନେକ୍ ସ୍ଥାନରେ ଲକଡାଉନ୍ ଏବଂ ସଟଡାଉନ ମଧ୍ୟ କରାଯାଇଛି । ମୁମ୍ବାଇରେ ମଧ୍ୟ କରୋନା ନିୟମ କଡାକଡି ଲାଗିଛି । ହେଲେ ଏହାରି ମଧ୍ୟରେ ଶୁକ୍ରବାର ଦିନ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା, ତାଙ୍କର ପୋଷା କୁକୁରକୁ ସାଥିରେ ଧରି ବାହାରେ ୱାର୍କ କରୁଥିବା ଦେଖିବା ନଜର ଆସିଥିଲେ । ଏ ସମୟରେ ମଲାଇକାଙ୍କ ବାହାରେ ୱାର୍କ କରିବାକୁ କିଛି ଲୋକେ ପସନ୍ଦ କରି ନାହାଁନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ କିଛି ୟୂଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି ।
ପ୍ରକୃତ କଥା ହେଲା, ଗତ ଶୁକ୍ରବାର ଦିନ ମଲାଇକା ଆରୋରା ତାଙ୍କର ପୋଷା କୁକରକୁ ଧରି ମୁମ୍ବାଇ ରାସ୍ତାରେ ୱାର୍କ କରୁଥିବା ନଜର ଆସିଥିଲେ । ମୁହଁରେ ମାସ୍କ ପିନ୍ଧି , ଏକ ବ୍ଲାକ୍ କଲର ଟି-ସର୍ଟ ଏବଂ ପାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ତାଙ୍କର ଏହି ଫଟୋ ଦେଖିବା ପରେ ଏହାକୁ ଅନେକ୍ ସୋସିଆଲ ମିଡିଆ ୟୂଜର୍ସ ନାପସନ୍ଦ କରିଛନ୍ତି । ଯାହାକୁ ନେଇ ଏବେ ଟ୍ରୋଲର ଶିକାର ହୋଇଛନ୍ତି ମଲାଇକା ଆରୋରା । ଜଣେ ୟୂଜର୍ସ ଲେଖିଛନ୍ତି ଯେ, ‘ୟେ କ’ଣ….ସରକାର ପୂର୍ବରୁ ହିଁ ପ୍ରଚାର କରି ଦେଇଛନ୍ତି କି କାହାକୁ ବି ବିନା କାରଣରେ ଘରୁ ବାହାରକୁ ବାହାରିବାର ଅନୁମତି ନାହିଁ । ଆଉ ୟେ ସେଲିବ୍ରେଟି’ । ଠିକ୍ ସେମିତି ଅନ୍ୟଜଣେ ଲେଖିଛନ୍ତି ଯେ, ‘ ଏହା ମୁମ୍ବାଇ ପାଇଁ ଲକଡାଉନ୍ ସମୟ ନୁହେଁ କି ?…ଏଠାରେ ମଣିଷ ଘରେ ମରୁଛି କିନ୍ତୁ ତାଙ୍କୁ ତାଙ୍କ କୁକୁର ବୁଲାଇବାର ଅଛି…..ଏହା ସତ ଯେ ପଇସା ଫିଙ୍ଗ ତମାଶା ଦେଖୋ’ । ଏହିପରି ଅନେକ୍ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି ।



