
ନୂଆଦିଲ୍ଲୀ,୨୪/୦୪/୨୧ (ଜିଲ୍ଲା ଖବର) : କରୋନାର ଦ୍ୱିତୀୟ ଲହରୀ ଦ୍ରୁତଗତିରେ ମାଡି ଚାଲିବା ପରଠାରୁ ,ଏହାର ପ୍ରଭାବ ମନୋରଞ୍ଜନ ଦୁନିଆଁ ଉପରେ ଅଧିକ ପଡୁଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଅନେକ୍ ସେଲିବ୍ରେଟି କରୋନା ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସୁଛି ।
ଅନେକ୍ କରୋନା ସଂକ୍ରମିତ ହେବାପରେ ସୁସ୍ଥ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି । ଏଥିରୁ ବାଦ୍ ପଡି ନଥିଲେ ଅଭିନେତା ସୋନୁ ସୁଦ୍ । ସେ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ହେଲେ ଏବେ ସେ କରୋନା ମୁକ୍ତ ହୋଇ ସାରିଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ସେ କରୋନା ନେଗେଟିଭ୍ ହୋଇଥିବାର ସୂଚନା ଦେଇଛନ୍ତି ।
ସୋନୁ ସୁଦ୍ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ମାସ୍କ ପିନ୍ଧିଥିବା ନଜର ଆସୁଛନ୍ତି । ଏହା ସହିତ ସେ ହାତରେ ସାଇନ୍ ବନାଇଛନ୍ତି । ଯେଉଁଥିରେ ନେଗେଟିଭ୍ ଲେଖା ହୋଇଛି । ସେ କରୋନା ନେଗେଟିଭ୍ ହେବା ଖବର ଜାଣିବା ପରେ , ଫ୍ୟାନ୍ସ ମାନେ ବେଶ ଖୁସି ହେଉଛନ୍ତି ।




