Friday, November 13, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! ବରୁନ୍ ଧବନ୍

ଜନ୍ମଦିନର ଶୁଭେଚ୍ଛା ! ବରୁନ୍ ଧବନ୍

9

ନୂଆଦିଲ୍ଲୀ, ୨୪/୦୪/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ବରୁନ୍ ଧବନ୍‌ଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୮୭ ମସିହା ଏପ୍ରିଲ ୨୪ରେ  ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ । ଫିଲ୍ମ କ୍ୟାରିୟରରେ ବରୁନ୍ ଅନେକ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ  ଆସନ୍ତୁ ଜାଣିବା ତାଙ୍କର କିଛି ଖାସ୍ କଥା ।  ବରୁନ୍ ଧବନ୍ ଆଜିର ସମୟରେ ଜଣେ ଏମିତି ଅଭିନେତା ହୋଇ ଦେଖାଇଛନ୍ତି , ଯିଏକି ଅନେକ୍ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଏବଂ ଦର୍ଶକଙ୍କ ଭଲପାଇବା ସାଉଣ୍ଟିଛନ୍ତି । ହେଲେ ହୁଏତ ସମସ୍ତଙ୍କୁ ଏକଥା ଜଣାନଥିବ ଯେ , ପିଲାବେଳେ ସେ ରେସ୍‌ଲିଙ୍ଗ୍‌କୁ  ଅଧିକ ପସନ୍ଦ କରୁଥିଲେ ଏବଂ ସେ ଜଣେ ରେସ୍‌ଲର୍ ହେବାକୁ ଚାହୁଁଥିଲେ । ହେଲେ ତାଙ୍କ ଭାଗ୍ୟରେ ଆଉକିଛି ଲେଖାଥିଲା । ରେସ୍‌ଲର ବଦଳରେ ସେ ଜଣେ ଜଣାଶୁଣା ସଫଳ ଅଭିନେତା  ହୋଇ , ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲେ ।

ପ୍ରଥମ ଥର ବରୁନ୍ ଧବନ୍ ଫିଲ୍ମ’ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ ମାଧ୍ୟମରେ ଅଭିନେତା ଭାବେ ଡେବ୍ୟୁ କରିଥିଲେ । ହେଲେ ଏହା ପୂର୍ବରୁ ସେ ଆସିସ୍‌ଷ୍ଟାଣ୍ଡ ଡାଇରେକ୍ଟର ଭାବେ କାମ କରିବା ଆରମ୍ଭ କରି ଦେଇଥିଲେ । ଫିଲ୍ମରେ ଡେବ୍ୟୁ କରିବା ପରେ , ସେ ଗୋଟେ ପରେ ଗୋଟେ ଫିଲ୍ମରେ କାମ କରିବାର ସୁଯୋଗ  ପାଇଥିଲେ ସେ । ଏହାପରଠାରୁ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ଆଗକୁ ଆଗକୁ ବଢି ଚାଲିଛନ୍ତି  ଏବଂ ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।